ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଜି ରାଜ୍ୟର ଭୁବନେଶ୍ବର, କଟକ ସମେତ ଭଦ୍ରକରେ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ୪୮ ଘଣ୍ଟା ମଧ୍ୟରେ ପୁଲିସ, ଅଗ୍ନିଶମ ସମେତ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପ୍ରଦାନ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୧୧ଟି ପେଟ୍ରୋଲ ପମ୍ପକୁ ପୂର୍ବ ଭଳି ଖୋଲା ରଖିବା ଲାଗି ଅନୁମତି ଦିଆଯାଇଛି। ରାଜଧାନୀରେ ପ୍ରାୟ ୩୦ ପେଟ୍ରୋଲ ପମ୍ପ ଥିବାବେଳେ ସେଥିରୁ ୧୧ଟି ଖୋଲା ରହି ଆବଶ୍ୟକ ସେବା ଯୋଗାଇବେ। ସେହି ପେଟ୍ରୋଲ ପମ୍ପ ଗୁଡ଼ିକ ହେଲା ତ୍ରିଷ୍ଣା ପେଟ୍ରୋଲ ପମ୍ପ, ପଟିଆ, ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲିୟମ ପେଟ୍ରୋଲ ପମ୍ପ, ମଧୁସୂଦନ ନଗରର ନିକୁଞ୍ଜ କାର୍ ଫିଲ୍, ୟୁନିଟ-୨ ସ୍ଥିତ ରାଜଧାନୀ ପେଟ୍ରୋଲ ପମ୍ପ, ଲୁଇସ୍ ରୋଡ୍ର ଗୌତମ ଷ୍ଟେସନ, କଳ୍ପନା ଛକର ଜୟ ଅଟୋ ସେଣ୍ଟର, ରସୁଲଗଡ଼ର ଏସ କେ ରହମନ ଆଣ୍ଡ ଏସ ଏଫ ରହମନ, ନୟାପଲ୍ଲୀର ବ୍ରହ୍ମା ସର୍ଭିସ ସେଣ୍ଟର, ନୟାପଲ୍ଲୀ, ତୃପ୍ତି ପେଟ୍ରୋଲ ପମ୍ପ, ଶହୀଦ ନଗର, ମେସର୍ସ ରମାମଣି ମୋଟର୍ସ, ଖଣ୍ଡଗିରି ଏବଂ ସଚ୍ଚିବାଳୟ ପଛପଟ ବଡ଼ଚନ୍ଦ୍ର ଫିଲିଂ ଷ୍ଟେସନ। ଏହି ଟାଙ୍କି ଗୁଡ଼ିକ ଖୋଲା ରହିଲେ ମଧ୍ୟ କଡ଼ାକଡ଼ି ଭାବେ ସାମାଜିକ ଦୂରତା ନିୟମକୁ ପାଳନ କରିବେ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ପମ୍ପର କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବାରୁ ସେମାନଙ୍କୁ ସମସ୍ତେ ସହଯୋଗ କରିବା ସହିତ ସରକାର ବିଭିନ୍ନ ସମୟରେ ଦେଉଥିବା ପରାମର୍ଶକୁ ମାନି ଚଳିବା ପାଇଁ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ୍ କହିଛନ୍ତି। ରାଜଧାନୀରେ ପ୍ରାୟ ୩୦ ପେଟ୍ରୋଲ ପମ୍ପ ଥିବାବେଳେ ସେଥିରୁ ୧୧ଟି ଖୋଲା ରହି ଆବଶ୍ୟକ ସେବା ଯୋଗାଇବେ।
ରାଜଧାନୀରେ ୧୧ ପେଟ୍ରୋଲ ପମ୍ପ୍ ଖୋଲା ରହିବ
/sambad/media/post_attachments/wp-content/uploads/2020/04/120385093.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)