ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରୁ ୧୧୦କିଲୋ ସୁନା ଜବତ

ନୂଆଦିଲ୍ଲୀ: ଚଳିତବର୍ଷ ଜାନୁଆରିରୁ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୧୦କିଲୋ ସୁନା ଜବତ କରାଯାଇଛି ବୋଲି ସିନିୟର କଷ୍ଟମ ଅଫିସ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସୁନା ଚାଲାଣ ମାମଲା ଅଧିକ ରହିଛି। ୨୦୧୬ରେ ଜବତ ହୋଇଥିବା ସୁନା ଚଳିତବର୍ଷଠାରୁ ୭୮କିଲୋ କମ୍‌ ରହିଛି। ଏହାକୁ ବିମୁଦ୍ରାୟନର ପ୍ରଭାବ ବୋଲି କୁହାଯାଉଛି।

ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୧୪ଟି ସୁନା ଚାଲାଣ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୧୧୦କେଜି ସୁନା ଜବତ ହୋଇଥିଲା। ଜବତ ହୋଇଥିବା ସୁନାର ମୂଲ୍ୟ ୩୭କୋଟି ଟଙ୍କା ଥିଲା। ଏହି ମାମଲାରେ ୬୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସେହିପରି ୨୦୧୬ରେ ୧୧୦ଟି ସୁନା ଚାଲାଣ ମାମଲାରେ ଦିଲ୍ଲୀ ବିମାନବନ୍ଦରରେ ରୁଜୁ ହୋଇଥିଲା, ଯେଉଁଥିରେ ୧୮୮କିଲୋ ସୁନା ଜବତ ହୋଇଥିଲା। ଏହାର ମୂଲ୍ୟ ୪୮କୋଟି ଟଙ୍କା ପାଖାପାଖି ଥିଲା। ଏଥିରେ ୭୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସିନିୟର କଷ୍ଟମ ଅଫିସ ରିପୋର୍ଟରୁ ପ୍ରକାଶ।

ସୂଚନାଯୋଗ୍ୟ, ୨୦୧୫-୨୦୧୬ ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦରରରୁ ୩୫୫ଟି ସୁନା ଚାଲାଣ ମାମଲାରେ ୪୫୦କିଲୋର ସୁନା ଜବତ ହୋଇଥିଲା। ଏହାର ମୂଲ୍ୟ ୧୩୨କୋଟି ଟଙ୍କା ଥିଲା। ଏଥିରେ ୧୯୦ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ସେହିପରି ୨୦୧୬-୨୦୧୭ରେ ୨୪୦ଟି ସୁନା ଚାଲାଣ ମାମଲା ରୁଜୁ ହୋଇଥିବା ବେଳେ ୨୬୦କେଜିର ସୁନା ଜବତ ହୋଇଥିଲା। ଏହାର ମୂଲ୍ୟ ୭୬.୩୧କୋଟି ଟଙ୍କା ପାଖାପାଖି ହେବ। ଏହି ମାମଲାରେ ୧୦୦ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର