୩ ଦିନରେ ବିକ୍ରି ହେଲା ୧,୧୩୭ ଦାମୀ ଆପାର୍ଟମେଣ୍ଟ୍‌

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଦାମୀ ଘର କିଣିବା ଲାଗି ଲୋକମା‌ନଙ୍କ ଭିତର ଯେଭଳି ପ୍ରତିଯୋଗିତା ଚାଲିଛି। ଦେଶର ଏକ ପ୍ରମୁଖ ରିଅଲ ଇଷ୍ଟେଟ୍‌ କଂପାନି ଡିଏଲ୍‌ଏଫ୍‌ର ଫ୍ଲାଟ୍‌ ବିକ୍ରିରୁ ଏଭଳି କିଛି ସଙ୍କେତ ମିଳୁଛି। ଏହି ସଂସ୍ଥା ତିନି ଦିନରେ ୧,୧୩୭ଟି ବିଳାସପୂର୍ଣ୍ଣ ଫ୍ଲାଟ୍‌ ବିକ୍ରି କରିଛି ଯାହାର ମୂଲ୍ୟ ୮୦୦୦ କୋଟି ଟଙ୍କାରୁ ଅଧିକ। ଗୋଟିଏ ଗୋଟିଏ ଆପାର୍ଟମେଣ୍ଟ୍‌ର ଦାମ୍‌ ୭ କୋଟି ଟଙ୍କା ପାଖାପାଖି ରହିଛି। ଗୁରୁଗ୍ରାମ୍‌ରେ ଡିଏଲ୍‌ଏଫ୍‌ ସ୍ଥାପନ କରୁଥିବା ନଭଶ୍ଚୁମ୍ଭୀ ଆବାସିକ ପ୍ରକଳ୍ପ ‘ଦି ଆର୍ବର’ରେ ଏହି ଆପାର୍ଟମେଣ୍ଟ୍‌ଗୁଡ଼ିକ ଥିଲା। ୩୮-୩୯ ମହଲା ବିଶିଷ୍ଟ ପାଞ୍ଚଟି କୋଠାରେ ୧,୧୩୭ଟି ଟାୱାର ନିର୍ମାଣ କରାଯାଉଛି। ୨୫ ଏକର ଜମିରେ ସେହି ପ୍ରକଳ୍ପକୁ ସ୍ଥାପନ କରାଯାଉଛି।

ସମ୍ବନ୍ଧିତ ଖବର