ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୧୧୪୭ କୋଟି ବାକି

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ସରକାରଙ୍କ ଉପରେ ୧୧୪୬ କୋଟି ୮୬ ‌ଲକ୍ଷ ଟଙ୍କା ବାକି ପଡ଼ିଛି। ରା‌ଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଭଳି ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବା ଭିଭିଆଇପିଙ୍କ ଉଡ଼ାଣ ବାବଦରେ ଏହି ଅର୍ଥ ସରକାରଙ୍କ ଉପରେ ବାକି ଅଛି। ଚଳିତମାସ ୨୬ ତାରିଖରେ ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ୨୧୧ କୋଟି ୧୭ ଲକ୍ଷ, କ୍ୟାବିଟନଟ ସଚିବାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ୫୪୩ କୋଟି ୧୮ ଲକ୍ଷ ଟଙ୍କା, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉପରେ ୩୯୨ କୋଟି ୩୩ ଲକ୍ଷ ଟଙ୍କା ବାକି ପଡ଼ିଛି। ଅବସରପ୍ରାପ୍ତ କମାଣ୍ଡର ଲୋକେଶ ବାତ୍ରା ସୂଚନା ଅଧିକାର ଆଇନ ବଳରେ ଏୟାର ଇଣ୍ଡିଆଠାରୁ ଏହି ସୂଚନା ପାଇଛନ୍ତି।

ସମ୍ବନ୍ଧିତ ଖବର