ନୂଆଦିଲ୍ଲୀ : ଆମେରିକାରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ପରେ ସାରା ବିଶ୍ବର ନିବେଶକମାନେ ଖୁସି ହୋଇ ଆଜି ବିପୁଳ ପରିମାଣର ସେୟାର କିଣିଛନ୍ତି। ତାହାର ପ୍ରଭାବରେ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ନିବେଶକମାନେ ଆଇଟି, ଧାତବ ଏବଂ ଆର୍ଥିକ ସଂସ୍ଥାର ସେୟାର କିଣିଛନ୍ତି। ଫଳରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ୧୧୮୧ ପଏଣ୍ଟ୍ ବୃଦ୍ଧି ପାଇ ୬୧,୭୯୫ ପଏଣ୍ଟ୍ରେ ବନ୍ଦ ହୋଇଛି। ଜାତୀୟ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଯିର ୩୨୧ ପଏଣ୍ଟ୍ ବୃଦ୍ଧି ପାଇ ୧୮,୩୫୦ ପଏଣ୍ଟ୍ରେ ବନ୍ଦ ହୋଇଛି।
ବମ୍ବେ ଷ୍ଟକ ବଜାରରେ ଆଜି ଏଚ୍ଡିଏଫ୍ସି, ଇନ୍ଫୋସିସ୍, ଟେକ୍ ମହିନ୍ଦ୍ରା, ଏଚ୍ସିଏଲ୍ ଟେକ୍, ଟିସିଏସ୍, ୱିପ୍ରୋ, ଟାଟା ଷ୍ଟିଲ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ବଢ଼ିଛି। ଅନ୍ୟ ପକ୍ଷରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଷ୍ଟେଟ୍ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ଡକ୍ଟର ରେଡିସ୍, ଆଇସିଆଇସିଆଇ ବ୍ୟାଙ୍କ ଓ ଏନ୍ଟିପିସିର ସେୟାର ଦାମ୍ ହ୍ରାସ ପାଇଛି।