୧୨% ଓ ୧୮% ଜିଏସ୍‌ଟି ମିଶିପାରେ

ନୂଆଦିଲ୍ଲୀ: ଟିକସ ଆଦାୟ ପରିମାଣ ବଢ଼ିଯିବା ପରେ କେନ୍ଦ୍ର ସରକାର ୧୨% ଏବଂ ୧୮% ଜିଏସ୍‌ଟିକୁ ଗୋଟିଏ ଟିକସ ସ୍ଲାବ୍‌ରେ ମିଶାଇ ଦେବେ। କେବଳ ସେତିକି ନୁହେଁ ୨୮% ଜିଏସ୍‌ଟି ବହୁତ କମ୍‌ ପରିମାଣର ସାମଗ୍ରୀ ଉପରେ ଲାଗୁ କରାଯିବ। କେବଳ ବିଳାସପୂର୍ଣ୍ଣ ଏବଂ ଖରାପ (ସିନ୍‌ ଗୁଡସ୍‌) ସାମଗ୍ରୀ ଉପରେ ତାହା ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି।

ଜୁଲାଇ ୧ରୁ ପ୍ରଚଳନ କରାଯାଇଥିବା ଜିଏସ୍‌ଟିରେ ଏବେ ୫%, ୧୨%, ୧୮% ଏବଂ ୨୮% ଭଳି ଚାରି ପ୍ରକାର ଟିକସ ସ୍ଲାବ୍‌ ରହିଛି। କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଟିକସ ଛାଡ଼ ମଧ୍ୟ କରାଯାଇଛି। ଟିକସ ଆଦାୟ ପରିମାଣକୁ ଜିଏସ୍‌ଟିର ପୂର୍ବ ସମୟ ଏବଂ ଆରମ୍ଭ କରାଯିବା ପର ସମୟରେ ସମାନ ସ୍ତରରେ ରଖିବା ଚାରି ପ୍ରକାର ସ୍ଲାବ୍‌ ରଖାଯାଇଥିବା ଜେଟ୍‌ଲି କହିଛନ୍ତି। କିଛି ମାସରେ ପରେ କେବଳ ଦୁଇ ପ୍ରକାର ଜିଏସ୍‌ଟି ସ୍ଲାବ୍‌ ରହିବ ବୋଲି ସେ କହିଛନ୍ତି। ଟିକସ ଆଦାୟ ପରିମାଣର ଯେଉଁ ହାରରେ ବଢ଼ିବ ଏହି କାର୍ଯ୍ୟ ସେତେ ଶୀଘ୍ର ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ୨୮% ସ୍ଲାବ୍‌ରେ ଥିବା ଅନେକ ସାମଗ୍ରୀର ଟିକସକୁ ଆମେ କମ୍‌ କରିଛୁ। ଏହି ସ୍ଲାବ୍‌ରୁ ଆହୁରି ଅନେକ ସାମଗ୍ରୀ ନିମ୍ନ ସ୍ଲାବ୍‌କୁ ଆସିବ।

ସମ୍ବନ୍ଧିତ ଖବର