ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ୨୦୧୯-୨୦ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରିଛି। ଏହିବର୍ଷ କଂପାନି ୩,୭୯,୦୬୨.୫୬ କୋଟି ଟଙ୍କାର ପ୍ରିମିୟମ୍ ଆୟ କରିଛି ଯାହା ପୂର୍ବବର୍ଷ ତୁଳନାରେ ୧୨.୪୨ ପ୍ରତିଶତ ଅଧିକ। ଆଲୋଚ୍ୟ ବର୍ଷରେ ଏଲ୍ଆଇସିର ନୂଆ ବ୍ୟବସାୟରେ ୨୫.୧୭% ବୃଦ୍ଧି ହୋଇଥିବା ବେଳେ ସେଥିରୁ କଂପାନି ୧,୭୭,୯୭୭.୦୭ କୋଟି ଟଙ୍କା ଆୟ କରିଛି। ପେନ୍ସନ୍ ଓ ଗ୍ରୁପ୍ ସୁପର୍ଆନୁଏସନ୍ ବ୍ୟବସାୟରୁ ଏହା ୧,୨୬,୬୯୬.୨୧ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ପୂର୍ବବର୍ଷ ତୁଳନାରେ ୩୯.୪୬ ପ୍ରତିଶତ ଅଧିକ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଅବଧିରେ ଏଲ୍ଆଇସିର ମୋଟ୍ ଆୟ ୯.୮୩ ପ୍ରତିଶତ ବୃଦ୍ଧି ପାଇ ୬,୧୫,୮୮୨.୯୪ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ତାହା ୫,୬୦,୭୮୪.୩୯ କୋଟି ଟଙ୍କା ଥିଲା। କଂପାନିର ମୋଟ୍ ସମ୍ପତ୍ତି ପରିମାଣ ଏବେ ୩୧,୯୬,୨୧୪.୮୧ କୋଟି ଟଙ୍କା ରହିଛି। ୨୦୧୯-୨୦ରେ ଏଥିରେ ୨.୭୧ ପ୍ରତିଶତ ବୃଦ୍ଧି ଘଟିଛି। ପଲିସିର ଡିଜିଟାଲ୍ କାରବାରରେ ଏଲ୍ଆଇସି ୩୬% ବୃଦ୍ଧି ହାସଲ କରିଛି। କୋଭିଡ୍-୧୯ ଜନିତ ମୃତ୍ୟୁକୁ ନେଇ ଏଲ୍ଆଇସି ୫୬୧ ପଲିସିର ଦାବି ସମାଧାନ କରି ୨୬.୭୪ କୋଟି ଟଙ୍କାର ବୀମା ରାଶି ଜାରି କରିଛି।
ଏଲ୍ଆଇସି ପ୍ରିମିୟମ୍ ଆୟରେ ୧୨% ବୃଦ୍ଧି
/sambad/media/post_attachments/wp-content/uploads/2020/07/lic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)