ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କ୍ଷତିପୂରଣ ବିଳମ୍ବ ହେଲେ ଏ ବାବଦରେ ବୀମା କମ୍ପାନି ଏବଂ ରାଜ୍ୟ ସରକାରଙ୍କୁ ସୁଧ ଗଣିବାକୁ ପଡ଼ିବ। ସରକାର ଏହି ସୁଧ ହିତାଧିକାରୀଙ୍କୁ ପ୍ରଦାନ କରିବା ନେଇ ବିଚାର କରୁଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ସୂଚନା ଦେଇଛନ୍ତି। କ୍ଷତି ସହିଥିବା କୃଷକମାନେ ଠିକ୍ ସମୟରେ କ୍ଷତିପୂରଣ ପାଆନ୍ତୁ ବୋଲି ସରକାର ଗୁରୁତ୍ୱ ଦେଉଛନ୍ତି। ୨ ମାସ ମଧ୍ୟରେ ଯଦି କ୍ଷତିପୂରଣ ନମିଳେ ତାହେଲେ ୧୨% ସୁଧ ଆଦାୟ ନେଇ ଆମେ ଯୋଜନା କରୁଛୁ। କ୍ଷତିପୂରଣ ରାଶି ପ୍ରଦାନରେ ରାଜ୍ୟ ସରକାର ଏବଂ ବୀମା କମ୍ପାନିଙ୍କ ମଧ୍ୟରୁ ଯିଏ ଅବହେଳା ପ୍ରଦର୍ଶନ କରିଥିବ ସିଏ ଏହି ସୁଧ ଦେବେ। ତେବେ ଏହି ଯୋଜନା କେବେଠାରୁ କାର୍ଯ୍ୟକାରୀ ହେବ ସେ ନେଇ ମନ୍ତ୍ରୀ ସୂଚନା ଦେଇନାହାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ଅମଳର ୨ ମାସ ମଧ୍ୟରେ ଓ କମ୍ପାନିଙ୍କ ଠାରୁ ରାଜ୍ୟ ସରକାର ଅମଳ ତଥ୍ୟ ପାଇବାର ୨୧ ଦିନ ମଧ୍ୟରେ ବୀମା କ୍ଷତିପୂରଣ ଦାବି ସମାଧାନ ବ୍ୟବସ୍ଥା ରହିଛି।
ଫସଲ ବୀମା କ୍ଷତିପୂରଣ ପ୍ରଦାନ ବିଳମ୍ବ ହେଲେ ୧୨% ସୁଧ ଲାଗିବ
/sambad/media/post_attachments/wp-content/uploads/2018/08/12_28_431406711pm-ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)