ସାଧାରଣ ବୀମା କମ୍ପାନି ପାଇବେ ୧୨ ହଜାର କୋଟି

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ପରେ ଏବେ ସାଧାରଣ ବୀମା କମ୍ପାନିଙ୍କୁ ସରକାର ପାଣ୍ଠି ଯୋଗାଇବେ। ଦେଶର ୩ଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିକୁ ସରକାର ୧୨ ହଜାରରୁ ୧୩ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ ବୋଲି ଏକ ସୂତ୍ରରୁ ଜଣାଯାଇଛି । ସେହି ବୀମା କମ୍ପାନି ଗୁଡ଼ିକ ହେଲେ ନ୍ୟାସନାଲ ଇନ୍‌ସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ ଏବଂ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ। ଉକ୍ତ କମ୍ପାନି ଗୁଡ଼ିକର ପୁଞ୍ଜି ସ୍ଥିତିରେ ଉନ୍ନତି ଆଣିବା ସହିତ ନିୟାମକ ସଂସ୍ଥା ଗୁଡ଼ିକର ମାନଦଣ୍ଡ ପୂରଣ ଉଦ୍ଦେଶ୍ୟରେ ଏହି ପାଣ୍ଠି ଦିଆଯିବ।

ସମ୍ବନ୍ଧିତ ଖବର