ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ସମୟରେ ଟ୍ରେନ୍, ବସ୍ ଓ ବିମାନରେ ଲୋକଙ୍କ ଭିଡ ଦେଖିବାକୁ ମିିଳିଥାଏ। ଏହି ସମୟରେ ବସ୍, ଟ୍ରେନ୍ ଓ ବିମାନ ଟିକେଟ ବି ମହଙ୍ଗା ହୋଇଯାଇଥାଏ। କିନ୍ତୁ ବଡ଼ଦିନ ସମୟରେ ଏମିତି ଦୃଶ୍ୟ ଆମେରିକାରେ ଦେଖିବାକୁ ମିଳିଛି।
ଆମେରିକାରେ ଡିସେମ୍ବର ୨୧ରୁ ନେଇ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ରହିଛି। ଏଭଳି ସମୟରେ ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଛନ୍ତି।
Nomadic Mattଆମେରିକା ଅଟୋମୋବାଇଲ ଆସୋସିଏସନ୍ ଅନୁସାରେ, ଆମେରିକାରେ ଏହି ସମୟରେ ପ୍ରତି ଘଣ୍ଟାରେ ୧୨ହଜାରରୁ ଅଧିକ ବିମାନ ଆକାଶରେ ଉଡୁଛି। ଅର୍ଥାତ ଡିସେମ୍ବର ୨୧ରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ୭୦ଲକ୍ଷ ଲୋକ ବିମାନରେ ଯାତ୍ରା କରିବେ, ଯାହାକି ଗତବର୍ଷ ଅପେକ୍ଷା ୪.୯ ପ୍ରତିଶତ ଅଧିକ ରହିଛି। ଆମେରିକାରେ ୧୬ବର୍ଷ ଭିତରେ ଏମିତି ଘଟଣା ପ୍ରଥମ ଥର ଘଟିଛି।
Wikipediaଆମେରିକାର ଉପମହାଦ୍ୱୀପରୁ ପାଖାପାଖି ୧୦.୪୦ କୋଟି ଲୋକ ଡିସେମ୍ବର ୨୧ରୁ ଜାନୁଆରି ପର୍ଯ୍ୟନ୍ତ ଛୁଟି କାଟିବେ। ଏହା ପୂର୍ବ ଅପେକ୍ଷା ପାଖାପାଖି ୩.୮ ପ୍ରତିଶତ ଅଧିକ ରହିଛି। ସେହିପରି ଏହି ଛୁଟିଦିନମାନଙ୍କରେ ଯିବା ଆସିବା ପାଇଁ କାର ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ।
ପାଖାପାଖି ୩୯ ଲକ୍ଷ ଲୋକ ନିଜର କାର ବ୍ୟବହାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଏହା ପୂର୍ବ ବର୍ଷ ଅପେକ୍ଷା ୩.୯ ପ୍ରତିଶତ ଅଧିକ ରହିଛି। କେବଳ ଏତିକି ନୁହେଁ, ଆମେରିକାରେ ପାଖାପାଖି ୩୮. ୧୦ ଲକ୍ଷ ଲୋକ ଟ୍ରେନ୍, ବସ୍ ଓ କ୍ରୁଜ ସିପ୍ ବ୍ୟବହାର କରି ଛୁଟି କାଟିବା ପାଇଁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାର ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/.jpg)