ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଦେଶରେ ଯେଉଁ ପରିବାରକୁ ତାହାର ସର୍ବାଧିକ ଲାଭ ମିଳିଛି ତାହା ହେଉଛି ଆନ୍ଧ୍ରପ୍ରଦେଶରେ ବିଜୟ ହାସଲ କରିଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର। ତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ପରିଚାଳିତ ହେଉଥିବା କମ୍ପାନିର ସେୟାର ମୂଲ୍ୟ ଲଗାତାର ଭାବେ ବଢ଼ୁଥିବାରୁ ଗତ ୧୨ ଦିନ ଭିତରେ ସେମାନଙ୍କୁ ୧୨୨୫ କୋଟି ଟଙ୍କାର ଫାଇଦା ମିଳିଛି। ଚନ୍ଦ୍ରବାବୁଙ୍କ ପରିବାରର କମ୍ପାନି ହେରିଟେଜ୍ ଫୁଡ୍ସର ସେୟାର ମୂଲ୍ୟ ଏହି ୧୨ ଦିନରେ ୧୦୫% ବୃଦ୍ଧି ପାଇଛି। ଗତ ମେ’ ୨୩ରେ କମ୍ପାନିର ସେୟାର ଦାମ୍ ୩୫୪ ଟଙ୍କା ୫୦ ପଇସା ଥିଲା ଯାହା ଏବେ ୭୨୭ ଟଙ୍କା ୯୦ ପଇସାରେ ପହଞ୍ଚିଯାଇଛି। ଏହି କମ୍ପାନିରେ ତାଙ୍କ ପରିବାରର ୩୫.୭୧% ଅଂଶଧନ ରହିଛି। ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ହେଉଛନ୍ତି ଏହି କମ୍ପାନିର ପ୍ରତିଷ୍ଠାତା। ସେଥିରେ ଚନ୍ଦ୍ରବାବୁଙ୍କ ପତ୍ନୀ, ବୋହୂ, ନାତି ଓ ନାତୁଣୀମାନଙ୍କ ଅଂଶଧନ ମଧ୍ୟ ରହିଛି। ହେରିଟେଜ୍ ଫୁଡ୍ସର ସେୟାର ମୂଲ୍ୟ ବଢ଼ିବା ପର ଚନ୍ଦ୍ରବାବୁଙ୍କ ପତ୍ନୀ ଭୁବନେଶ୍ବରୀ ନାରାଙ୍କ ସମ୍ପତ୍ତି ପରିମାଣ ୧୬୩୧.୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ପୁଅ ଲୋକେଶ ୭୨୪.୪ କୋଟି ଟଙ୍କା ଆୟ କରିଛନ୍ତି।
ଚନ୍ଦ୍ରବାବୁଙ୍କ ପରିବାରକୁ ୧୨୨୫ କୋଟି ଫାଇଦା
/sambad/media/post_attachments/wp-content/uploads/2024/06/fhsfhsfshffh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)