୧୨୭୦୦ କୋଟି ଟପିଲା

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ଠକିଥିବା ରାଶି ବଢ଼ିବାରେ ଲାଗିଛି। ଧୀରେ ଧୀରେ ଗୋଟିଏ ପରେ ଗୋଟିଲ ଜାଲିଆତି ପଦାକୁ ଆସୁଛି। ପ୍ରଥମେ ୧୧୪୦୦ କୋଟିର ଜାଲିଆତି ପଦାକୁ ଆସିଥିବାବେଳେ ଆଜି ଆଉ ୧୩୨୩ କୋଟିର ଜାଲିଆତି ଧରାପଡ଼ିଛି। ଫଳରେ ପିଏନ୍‌ବିରୁ ନିରବଙ୍କ ମୋଟ ଠକେଇ ରାଶି ୧୨,୭୨୭ କୋଟି ଟଙ୍କାରେ ପହଞ୍ଚିଛି। ପିଏନ୍‌ବି ମିଳିଥିବା ଏହି ନୂଆ ଠକେଇ ସଂପର୍କିତ ସୂଚନା ସୋମବାର ରାତିରେ ଷ୍ଟକ ଏକ୍ସଚେଞ୍ଜକୁ ପ୍ରଦାନ କରିଛି। ନିରବ ଓ ମେହୁଲ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଜାଲ୍‌ ଗ୍ୟାରେଣ୍ଟି (ଏଲ୍‌ଓୟୁ) ମାଧ୍ୟମରେ ଏହି ଟଙ୍କା ଆହ୍ଲାବାଦ, ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଆଦିର ବିଦେଶ ଶାଖାରୁ ଲୁଟ୍‌ କରିଛନ୍ତି।
ଏହି ଜାଲିଆତି ଯୋଗୁ ଅନ୍ୟ ବ୍ୟାଙ୍କ ଗୁଡ଼ିକ ସହିଥିବା କ୍ଷତିକୁ ଭରଣା କରିବା ଲାଗି ସରକାରଙ୍କଠାରୁ କୌଣସି ନିର୍ଦେଶନାମା ପାଇନାହିଁ। ତେବେ ଆଇନ ଅନୁଯାୟୀ ଏହି ବୋଝ ମୁଣ୍ଡାଇବା ପାଇଁ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି/ସଂପତ୍ତି ରହିଛି ବୋଲି ପିଏନ୍‌ବି ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ କୁହାଯାଇଛି।

ସମ୍ବନ୍ଧିତ ଖବର