ଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟରେ ଦ୍ୱାଦଶ ଜାତୀୟ ମାନବ ସମ୍ବଳ ଆଲୋଚନାଚକ୍ର

ଭୁବନେଶ୍ୱର: ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟରେ ‘ରିଇନ୍‌ଭେଟିଙ୍ଗ୍ ଲିଡର୍‌ସିପ୍ – ମିଟିଙ୍ଗ୍ ଦି ଆସ୍ପିରେସ୍‌ନସ୍ ଅଫ୍ ଦି ମିଲେନିଆଲ୍’ ଶୀର୍ଷକ ପ୍ରସଙ୍ଗକୁ ନେଇ ଦ୍ୱାଦଶ ଜାତୀୟ ମାନବ ସମ୍ବଳ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି। ଉକ୍ତ ଆଲୋଚନାଚକ୍ରକୁ ଆର୍ସେଲର୍ ମିତ୍ତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍‌ର ନିର୍ବାହୀ ନିର୍ଦ୍ଦେଶକ ଟି.ଏସ୍ ସାନବୋଗ୍ ଉଦ୍‌ଘାଟନ କରିଥିବାବେଳେ ଆର୍‌.ପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ର ମାନବ ସମ୍ବଳ ନିର୍ବାହୀ ନିଦ୍ଦେର୍ଶକ ଅଜୟ କୁମାର ସାହୁ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜେ.ଏସ୍‌.ଡବ୍ଲୁର ମାନବ ସମ୍ବଳ ଉପାଧ୍ୟକ୍ଷ ଶ୍ରୀଜିତ୍ ମିଶ୍ର, ଗ୍ରୋଥମୋଡ୍ କନସଲ୍‌ଟିଙ୍ଗ୍ ଲିଃ.ର ପରିଚାଳାନା ନିର୍ଦ୍ଦେଶକ ଏମ୍ ରାମକ୍ରିଷ୍ଣା ଏବଂ ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲ୍ୟାଣ୍ଡ ୟୁନିଲିଭରର ମାନବ ସମ୍ବଳ ମୁଖ୍ୟ ଅନୀଶ୍ ସିଂ ଅନ୍ୟତମ ବକ୍ତାଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ ସିମ୍ପୋଜିୟମର ଶୀର୍ଷକକୁ ବ୍ୟାଖ୍ୟା କରିବା ସହିତ ସହସ୍ରାବ୍ଦୀ-ଯୁବଗୋଷ୍ଠୀଙ୍କର ବିଶେଷତ୍ବ ଓ ଆକାଂକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ।

ଅପରାହ୍ନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜୟସ୍ୱାଲ୍ ନିକୋ ଇଣ୍ଡଷ୍ଟ୍ରିଜ୍‌ର ମାନବ ସମ୍ବଳ ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତି, ଇଣ୍ଡିଆ ପାୱରର ମାନବ ସମ୍ବଳ ବରିଷ୍ଠ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପଣ୍ଡା, ପାରାଦୀପ ଫସ୍‌ଫେଟ୍ ଲିଃ.ର ମାନବ ସମ୍ବଳ ମହାପ୍ରବନ୍ଧକ ଜଗନ୍ନାଥ ଖୁଣ୍ଟିଆ ଓ ଟିସିଏସ୍‌ର ବରିଷ୍ଠ ପୋଗ୍ରାମ ପରିଚାଳକ ନିହାର ମହାପାତ୍ର ସେମାନଙ୍କର ଅଭିଜ୍ଞତା ସମ୍ବଳିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର୍ ସ୍ମାରକୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳପତି ପ୍ରଫେସର୍ ମହାଦେବା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ପ୍ରଫେସର୍ ବାସବା ଜ୍ୟୋତି ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର