ଫୁଡ୍‌ଟେକ୍ କୋଲକାତାରେ ୧୩୦ କଂପାନି ଭାଗ ନେବେ

କୋଲକାତା: ବିଶ୍ବ ବାଙ୍ଗଲା ମିଲନ୍ ମେଳା ପ୍ରାଙ୍ଗଣରେ ଚଳିତ ମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୯ତମ ଅନ୍ତର୍ଜାତୀୟ ଫୁଡ୍‌ଟେକ୍ କୋଲ୍‌କାତା ୨୦୨୨ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲାଯିବ। ଏଥିରେ ଦେଶବିଦେଶର ଖାଦ୍ୟ ଓ ଆଥିଥେୟତା କ୍ଷେତ୍ରର ୧୩୦ରୁ ଅଧିକ କଂପାନି ଅଂଶଗ୍ରହଣ କରିବେ। ସାତଟି ଶିଳ୍ପ ସଂଘ ଏହି ପ୍ରଦର୍ଶନୀକୁ ସମର୍ଥନ ପ୍ରଦାନ କରିଛନ୍ତି। ଏଥିରେ ବିଜନେସ୍‌-ଟୁ-ବିଜନେସ୍‌ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ପ୍ରଦର୍ଶନୀର ସଂଯୋଜକ ଜାକିର ହୋସେନ କହିଛନ୍ତି ଯେ ମହାମାରୀ ପ୍ରଭାବ ପରେ ସାରା ବିଶ୍ବର ଖାଦ୍ୟ ଉତ୍ପାଦନ, ଅଟୋମେସନ, ସ୍ବଚ୍ଛତା ଓ ସୁରକ୍ଷାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି।

ସ୍ବଚ୍ଛ ପ୍ୟାକେଜ୍‌ ଚଳିତ ବର୍ଷ ପ୍ରଦର୍ଶନୀ ମୂଳ ବିଷୟ ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ପୂର୍ବ ଭାରତର ହୋଟେଲ୍ ଓ ରେସ୍ତୋରାଁ ସଂଘର ମହାସଚିବ ଅତିକ୍ରମ ଗୁପ୍ତା, ଅଲ ଫୁଡ୍‌ ପ୍ରୋସେସର୍ସ ଆସୋସିଏସନର ରଜତ ବୁଦ୍ଧରାଜା, ମିଷ୍ଟାନ୍ନ ସଂଘର ସଭାପତି ଧିମନ ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ସ୍କିମ୍‌ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଏଫ୍ଏସ୍‌ଏଏସ୍‌ଏଆଇ ମଧ୍ୟ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରୁଛି।

ସମ୍ବନ୍ଧିତ ଖବର