୧୩୦୦ ଏସ୍‌ବିଆଇ ଶାଖାର ଆଇଏଫ୍‌ଏସ୍‌ କୋଡ୍‌ ବଦଳିଲା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କର ସହଯୋଗୀ ବ୍ୟାଙ୍କ ଗୁଡ଼ିକ ମିଶିବା ପରେ ଷ୍ଟେଟ ବ୍ୟାଙ୍କ ଦେଶରେ ଏହାରର ପାଖାପାଖି ୧୩୦୦ ଶାଖାର ନାମ ଏବଂ ଆଇଏଫ୍‌ଏସ୍‌ କୋଡ୍‌କୁ ବଦଳାଇ ଦେଇଛି। ବିଶେଷକରି ଆର୍‌ଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟିରେ ଅର୍ଥ ପଠାଉଥିବା ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କର ଆଇଏଫ୍‌ଏସ୍‌ସି ( ଇଣ୍ଡିଆନ୍‌ ଫାଇନାନ୍ସିଆଲ୍‌ ସିଷ୍ଟମ କୋଡ୍‌) ଜାଣିବା ଆବଶ୍ୟକ। ବ୍ୟାଙ୍କ ଚେକ୍‌ରେ ସାଧାରଣତଃ ଏହି କୋଡ୍‌ ଉଲ୍ଲେଖ ହୋଇଥାଏ। ବ୍ୟାଙ୍କର ଆଇଏଫ୍‌ଏସ୍‌ କୋଡ୍‌ ବଦଳିଛି କି ନାହିଁ ତାହାକୁ ଗ୍ରାହକମାନେ ଏସ୍‌ବିଆଇର ବ୍ରାଞ୍ଚ ଲୋକେଟର େଓ୍ଵବ୍‌ ପେଜ୍‌ରୁ ଜାଣିପାରିବେ। ଅକ୍ଷର ଓ ସଂଖ୍ୟାକୁ ନେଇ ଏହି ୧୧ ଅଙ୍କ ବିଶିଷ୍ଟ କୋଡ୍‌ ନମ୍ବରଟି ପ୍ରସ୍ତୁତ ହୋଇଛି। ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ଚାଲିଥିବା ପାଣ୍ଠି ସ୍ଥାନାନ୍ତରଣ ବ୍ୟବସ୍ଥାରେ ଅଂଶଗ୍ରହଣ କରିବା ପାଇଁ ଏହି କୋଡ୍‌ର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଏପ୍ରିଲରେ ଏସ୍‌ବିଆଇର ୫ଟି ସହଯୋଗୀ ବ୍ୟାଙ୍କ ଯଥା ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର୍‌ ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ୍‌ ମହୀଶୂର ସମେତ ଭାରତୀୟ ମହିଳା ବ୍ୟାଙ୍କକୁ ନିଜ ସହିତ ମିଶାଇ ଦେଇଛି।

ସମ୍ବନ୍ଧିତ ଖବର