ବଜେଟ୍‌ ଉପରେ ୧୪ ଲକ୍ଷ ଟ୍ଵିଟ୍‌

ନୂଆଦିଲ୍ଲୀ: ଗତ ଜାନୁଆରି ୨୬ରୁ ଫେବ୍ରୁଆରି ୨ ତାରିଖ ମଧ୍ୟରେ ଟ୍ଵିଟରରେ ବଜେଟ୍‌ ସମ୍ପର୍କିତ ପ୍ରାୟ ୧୪ ଲକ୍ଷ ଟ୍ଵିଟ୍‌ ହୋଇଛି। ବିମୁଦ୍ରାକରଣ ପରେ ବଜେଟ୍‌କୁ ନେଇ ସର୍ବାଧିକ ଟ୍ଵିଟ୍‌ ବାର୍ତା ଆସିଛି। ଯେଉଁ ଟ୍ଵିଟ୍‌ ବାର୍ତା ଆସିଛି ସେଥିରେ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ସବୁଠୁ ଅଧିକ ଟ୍ଵିଟ୍‌ ହୋଇଛି ବୋଲି ଟ୍ଵିଟର ଇଣ୍ଡିଆ ସୂତ୍ରରୁ ଜଣାଯାଇଛି। ଅର୍ଥମନ୍ତ୍ରୀ ଗତ ୧ ତାରିଖରେ ବଜେଟ୍‌ ଭାଷଣ ପଢ଼ିସାରିବା ପରେ ସେହିଦିନ ଅପରାହ୍‌ଣ ୨ଟା ୩୦ ମିନିଟ୍‌ରେ ଟ୍ଵିଟ୍‌ ସଂଖ୍ୟା ୮୩ ହଜାରରୁ ଅଧିକ ରହିଥିଲା।

ସମ୍ବନ୍ଧିତ ଖବର