୧୪ଟି ନୂଆ ଖଣି ନିଲାମ ଖୁବଶୀଘ୍ର!

କେନ୍ଦୁଝର: କେନ୍ଦୁଝର ସୁନ୍ଦରଗଡ଼ରେ ଅନେକ ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣି। ୨୦୨୦ ମସିହାରେ ୧୯ଟି ଖଣିର ନିଲାମ ଶେଷ ହୋଇଥିବା ବେଳେ ଏବେ ଆଉ ୧୪ଟି ନୂଆଖଣି ପାଇଁ ଖୁବଶୀଘ୍ର ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି୧୪ଟି ଖଣି ମଧ୍ୟରୁ ୮ଟି ଲୁହାପଥର ଖଣି, ୩ଟି ଚୂନ୍‌ପଥର ଖଣି, ୨ଟି ଗ୍ରାଫାଇଟ୍‌ ଖଣି ଏବଂ ଗୋଟିଏ ମାଙ୍ଗାନିଜ୍‌ ଖଣି। ପୁରେଇବାହାଲ, ଚାନ୍ଦିପଶି, ଝୁମୁକାପଥିରିପଶି, ଢୋଲଟାପାହାଡ଼, ନେତ୍ରାବନ୍ଧ ପାହାଡ(ୱେଷ୍ଟ),ଗନ୍ଧଳପଡା ଆଇରନ ଓର ବ୍ଲକ, କାଶିଆ ଆଇରନ୍‌ ଓ ଡୋଲାମାଇଟ୍‌ ମାଇନ୍ସ, ଉଚବାଲି ମାଇନ୍ସ ହେଉଛି ଲୁହାପଥର ଖଣି। ପୁରେଇବାହାଲ ଲୁହାପଥର ଖଣିର ଆକାର ହେଉଛି ୬୪.୩୪୫ ହେକ୍ଟର। ଏଥିରୁ ୨୯.୬୪୭ ହେକ୍ଟର ଜଙ୍ଗଲ ଜମି ଏବଂ ୩୪.୬୯୮ ‌ହେକ୍ଟର ଅଣଜଙ୍ଗଲ ଜମି। ଏହି ଖଣିରେ ୪୨.୧୨୦ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଅଛି।

ସେହିପରି ୪୨.୩୬୦ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବା ଚାନ୍ଦିପଶି ଖଣିର ଆକାର ହେଉଛି ୧୩୧.୫୮୦ ହେକ୍ଟର। ଏଥିରୁ ୮୩.୬୦୧ ହେକ୍ଟର ହେଉଛି ଜଙ୍ଗଲ ଜମି ଏବଂ ଏବଂ ୪୭.୯୭୯ ହେକ୍ଟର ହେଉଛି ଅଣଜଙ୍ଗଲ ଜମି। ସେହିପରି ୧୪୦.୨୮୦ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବା ଝୁମୁକାପଥିରିପଶି ଖଣିର ଆକାର ହେଉଛି ୧୫୭.୦୭୭ ହେକ୍ଟର। ଏଥିରୁ ଜଙ୍ଗଲ ଜମି ୧୪୩.୯୦୮ ହେକ୍ଟର ହୋଇଥିବା ବେଳେ ଅଣଜଙ୍ଗଲ ଜମି ହେଉଛି ୧୩.୧୬୯ ହେକ୍ଟର। ଢୋଲଟାପାହାଡ଼ ଲୁହାପଥର ଖଣିଟି ସଂପୂର୍ଣ୍ଣ ଭାବେ ଜଙ୍ଗଲ ଜମିରେ ଅବସ୍ଥିତ। ଅର୍ଥାତ ଏହି ଖଣିର ସର୍ବମୋଟ ୬୦.୫୦୭ ହେକ୍ଟର ଜମି ହେଉଛି ଜଙ୍ଗଲ କିସମ। ଏହି ଲୁହାପଥର ଖଣିରେ ମୋଟ ୨୩.୯୨୦ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ରହିଛି । ସେହିପରି ନେତ୍ରାବନ୍ଧ ପାହାଡ(ୱେଷ୍ଟ) ଖଣିରେ ମୋଟ ୧୭.୨୬୫ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବା ବେଳେ ଏହି ଖଣିଟି ମୋଟ ୭୪.୩୭୦ ହେକ୍ଟର ଜମି ଉପରେ ରହିଛି। ଏଥିରୁ ମୋଟ ୫୨.୦୫୬ ହେକ୍ଟର ଜଙ୍ଗଲ କିସମ ଏବଂ ୨୨.୩୧୪ ହେକ୍ଟର ହେଉଛି ଅଣଜଙ୍ଗଲ କିସମ। ଗନ୍ଧଳପଡା ଆଇରନ୍‌ ଓର ବ୍ଲକରେ ମୋଟ ୩୧୪.୩୭୦ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବା ବେଳେ ଖଣିର ମୋଟ ୨୪୧.୫୫୮ ହେକ୍ଟର ମଧ୍ୟରୁ ୧୮୧.୪୬୧ ହେକ୍ଟର ଜଙ୍ଗଲ କିସମ ଏବଂ ୬୦.୦୯୭ ଅଣ ଜଙ୍ଗଲ କିସମ ଜମି।

ସେହିପରି କାଶିଆ ଆଇରନ୍‌ ଓ ଡୋଲାମାଇଟ୍‌ ଖଣି ୧୯୪.୧୯୬ ହେକ୍ଟର ଜମିରେ ଅବସ୍ଥିତ ଥିବା ବେଳେ ଏଥିରୁ ଜଙ୍ଗଲ ଜମି ୧୭୬.୧୭୯ ହେକ୍ଟର ଏବଂ ଅଣଜଙ୍ଗଲ ଜମି ହେଉଛି ୧୮.୦୧୭ ହେକ୍ଟର। ଉଚ୍ଚବାଲି ଆଇରନ୍‌ ଆଣ୍ଡ ମାଙ୍ଗାନିଜ୍‌ ଖଣି ୮୦.୫୫୩ ହେକ୍ଟର ପରିମିତ ହୋଇଥିବା ବେଳେ ୭୯.୪୦୦ ହେକ୍ଟର ଜଙ୍ଗଲ କିସମ ଏବଂ ୧୧.୧୫୩ ଜମି ହେଉଛି ଅଣଜଙ୍ଗଲ କିସମ। ଏଠାରେ ୨.୧୮୮ ମିଲିୟନ ଟନ୍‌ ଲୁହାପଥର ଗଚ୍ଛିତ ଥିବା ବେଳେ ୦.୬୩୭ ମିଲିୟନ ଟନ୍‌ ମାଙ୍ଗାନିଜ୍‌ ଗଚ୍ଛିତ ରହିଛି। ଏହି ୮ଟି ଲୁହାପଥର ଖଣି ବ୍ୟତୀତ ତିନୋଟି ଚୂନପଥର ଖଣି ମଧ୍ୟ ନିଲାମ ହେବ। ଏହି ଚୂନପଥର ଖଣି ମଧ୍ୟରେ ଗରମୁରା, ଉସ୍‌କାଲଭାଗୁ , ବେହେରା-ଭାଞ୍ଜିପାଲି ରହିଛି। ସେହିପରି କାଳିମାଟି ମାଙ୍ଗାନିଜ୍‌ ଖଣି ହୋଇଥିବା ବେଳେ ନରିଙ୍ଗପଙ୍ଗା ଏବଂ ପିପଳମୁଣ୍ଡା ହେଉଛି ଗ୍ରାଫାଇଟ୍‌ ଖଣି। ଏହି ଖଣିଗୁଡିକ ଖୁବଶୀଘ୍ର ନିଲାମ ହେବ ବୋଲି ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଖବର ମିଳିଛି। ପୂର୍ବରୁ ୨୦୨୦ ମାର୍ଚ୍ଚରେ ମୋଟ ୧୯ଟି ଖଣିର ନିଲାମ ହୋଇଥିଲା। ଏହି ନିଲାମ ଖଣିଗୁଡିକରରୁ ୨୦୨୦ ଆର୍ଥିକ ବର୍ଷରେ ମୋଟ ୭୧ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ ହୋଇଥିଲା। ବର୍ତ୍ତମାନ ୧୪ଟି ନୂତନ ଖଣି ନିଲାମ ହେଲେ ଅଧିକ ଲୁହାପଥର ଉତ୍ତୋଳନ ସାଂଗକୁ ସରକାରଙ୍କ ରାଜସ୍ବସଂଗ୍ରହ ମଧ୍ୟ ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର