ପ୍ଲାଟଫର୍ମ ଟିକଟରୁ ଆୟ ୧୪୦ କୋଟି

ନୂଆଦିଲ୍ଲୀ: ପ୍ଲାଟଫର୍ମ ଟିକଟ ବିକ୍ରିରୁ ଭାରତୀୟ ରେଳ ୨୦୧୮-୧୯ରେ ୧୪୦ କୋଟି ଟଙ୍କା ଆୟ କରିଛି। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ସଂସଦରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ, ବିଜ୍ଞାପନ ଓ ଦୋକାନ ଆଦିରୁ ଭାରତୀୟ ରେଳ ୨୩୦.୪୭ କୋଟି ଟଙ୍କା ଆୟ କରିଛି। ସେହି ସମୟରେ ପ୍ଲାଟଫର୍ମ ଟିକଟ ବିକ୍ରିରୁ ୧୩୯.୨୦ କୋଟି ଟଙ୍କାର ଆୟ ହୋଇଛି। ପ୍ଲାଟଫର୍ମରେ ଥିବା ଦୋକାନ ଓ ବିଜ୍ଞାପନଗୁଡ଼ିକୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ନିଲାମ ଜରିଆରେ ଆବଣ୍ଟନ କରାଯାଉଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।

ସମ୍ବନ୍ଧିତ ଖବର