ନୂଆଦିଲ୍ଲୀ: ୧୦ଟଙ୍କିଆ କଏନ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି। ଏହାକୁ ନେଇ ଗତ ବୁଧବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଲୋକମାନଙ୍କୁ ସ୍ପଷ୍ଟ କରି କହିଛନ୍ତି ମାର୍କେଟରେ ଯେତେ ପ୍ରକାର ୧୦ଟଙ୍କିଆ କଏନ୍ ଉପଲବ୍ଧ ରହିଛି ସେ ସମସ୍ତ କଏନ୍ ବୈଧ । ଏଯାବତ୍ ବଜାରରେ ୧୪ଟି ଭିନ୍ନଭିନ୍ନ ଡିଜାଇନ୍ର ୧୦ଟଙ୍କିଆ କଏନ୍ ଚଳୁଛି । ଏ ସମସ୍ତ କଏନ୍ ଚଳନୀୟ। ତେବେ ଆସନ୍ତୁ ଦେଖିବା ଏହି ୧୪ଟି ୧୦ଟଙ୍କିଆ କଏନ୍ର ଫଟୋ...
୧. ଅନେକ ଥର ଆପଣଙ୍କୁ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିବ, କି ଆପଣ କୌଣସି ଜିନିଷ କିଣି ୧୦ଟଙ୍କିଆ କଏନ୍ ଦେବା ବେଳକୁ ଦେକାନୀ ତାହାକୁ ନେବାକୁ ମନା କରି ଦେଇଥାଆନ୍ତି। ତେବେ ଏହି କ୍ରମରେ ଦୋକାନି, ଅଟୋ ଚାଳକ, ପରିବା ବ୍ୟବସାୟୀ ଆଦି ୧୦ ଟଙ୍କିଆ କଏନ୍ ନେଇ ନ ଥାଆନ୍ତି। ସେମାନେ ଭାବନ୍ତି ଯେଉଁ ୧୦ ଟଙ୍କିଆ କଏନ୍ରେ ୧୦ଟି ଗାର ଅଛି ତାହା ହିଁ ବୈଧ ବୋଲି। ବାକି କଏନ୍ ନକଲି। ଏହି ଅସୁବିଧା ହେତୁ ଅନେକ ଥର ଲୋକମାନଙ୍କ ପାଖରେ ୧୦ଟଙ୍କିଆ କଏନ୍ ଥିବା ସତ୍ତ୍ୱେ ସେମାନେ ସାମଗ୍ରୀ କିଣି ପାରନ୍ତି ନାହିଁ।
୨.ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ, ଏଯାବତ୍ ୧୦ଟଙ୍କିଆ କଏନ୍ର ୧୪ଟି ଡିଜାଇନ୍ ବଜାରରେ ଉପଲବ୍ଧ ରହିଛି। ସମସ୍ତ କଏନ୍ ବୈଧ ଅଟେ, ସବୁଗୁଡ଼ିକ ନେଣଦେଣ ପାଇଁ ସ୍ୱୀକାର ଯୋଗ୍ୟ। ରିଜର୍ଭ ବ୍ୟାଙ୍କ ତାର ଅନ୍ୟ ଶାଖାଗୁଡ଼ିକ ନେଣଦେଣ ପାଇଁ କଏନ୍କୁ ମଧ୍ୟ ସୀକୃତି ଦେଇଛି।
୩.୧୦ଟଙ୍କିଆ କଏନ୍ ବିଭିନ୍ନ ଡିଜାଇନ୍ରେ ବାହାର କରିବାର କାରଣ ଦେଶର ଆର୍ଥିକ, ସାମାଜିକ ଏବଂ ସଂସ୍କୃତିକ ମୂଲ୍ୟକୁ ପ୍ରଦର୍ଶିତ କରିବା। ୧୦ଟଙ୍କିଆର ୧୪ଟି ଡିଜାଇନ୍କୁ ଭିନ୍ନ ଭିନ୍ନ ସମୟରେ ବଜାରକୁ ଛଡ଼ା ଯାଇଛି। ଇଣ୍ଡିଆନ୍ ଆକ୍ଟ ୨୦୧୧ର ଧାର ୬ ଅନୁଯାୟୀ କଏନ୍କୁ ବୈଧତା ପରିଭାଷିତ କରାଯାଇଛି।
୪.ଆରବିଆଇ ଏହା ପୂର୍ବରୁ ଗତବର୍ଷ ନଭେମ୍ବରରେ ଲୋକମାନଙ୍କୁ କହିଥିଲା କି, ସମସ୍ତ ପ୍ରକାର କଏନ୍ ବୈଧ ଅଟେ। ଲୋକମାନେ ଏହାକୁ ନେବାପାଇଁ ମନା କରି ପାରିବେ ନାହିଁ। ଦଶ ଟଙ୍କିଆ କଏନ୍ ନେବାକୁ ମନା କରୁଥିବା ଲୋକମାନଙ୍କ ପାଇଁ ଦଣ୍ଡବିଧାନ ରହିଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାପରେ ବି ଦଶ ଟଙ୍କିଆ କଏନ୍ ଅଚଳ ବୋଲି ଲୋକମାନଙ୍କ ମନରେ ଭୟ ରହିଛି।
୫. ଯଦି କୌଣସି ବ୍ୟକ୍ତି ୧୦ଟଙ୍କିଆ କଏନ୍ ନେବାକୁ ମନା କରନ୍ତି ତେବେ ତାଙ୍କୁ ଆରବିଆଇ ନିର୍ଦ୍ଦେଶ ସମ୍ପର୍କରେ ଜଣାଇବେ। ଯଦି ଏହାପରେ ବି ସେ ଏହି କଏନ୍ ନେବାକୁ ମନା କରିଦିଅନ୍ତି ତେବେ ୧୦ଟଙ୍କିଆ କଏନ୍ ସହିତ ସ୍ଥାନୀୟ ପୁଲିସ ଷ୍ଟେସନ୍ ଯାଇ ସେହି ବ୍ୟକ୍ତିଙ୍କ ସହିତ ଆପଣ ଯାହା କଥା ହୋଇଛନ୍ତି, ସେ ସମ୍ପର୍କରେ ଜଣାଇବେ।
୬. ୨୦୧୬ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ପିଲିଭିଟ୍ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ, ଭାରତୀୟ ମୁଦ୍ରାକୁ ନେବାକୁ ମନା କରିବା ଦ୍ୱାରା ଭାରତୀୟ ଦଣ୍ଡ ବିଧାନ ଆଇନ୍ ଅନୁଯାୟୀ ଧାରା ୧୨୪ଏ ଜରିଆରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଏଥିସହିତ ତିନି ବର୍ଷ କିମ୍ବା ଆଜୀବନ କାରାଦଣ୍ଡ ସହିତ ଜରିମାନା ବି ଦେବାକୁ ପଡ଼ିପାରେ।
୭. ୨୦୧୭ ଅକ୍ଟୋବରରେ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ପୁଲିସ ଏଭଳି ଏକ ମାମଲାରେ ଜଣେ ଦୋକାନି ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୧୮୮ରେ ମାମଲା ରୁଜୁ କରିଥିଲା। ଏହି ଧାରା ଅନୁଯାୟୀ ଦୋଷୀକୁ ଛଅମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇଥିଲା।