ମୁମ୍ବାଇ,: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଜେଟ୍ ଏୟାରୱେଜ୍ର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। କମ୍ପାନି ଗତ କିଛିଦିନ ପୂର୍ବେ ୩୫ଟି ବିମାନ ଚଳାଉଥିବାବେଳେ ଏବେ କମ୍ପାନି ଆଉ ୧୫ଟି ବିମାନର ଉଡ଼ାଣ ରଦ୍ଦ କରିଦେଇଛି। ଫଳରେ ଏବେ ଜେଟ୍ର ମାତ୍ର ୨୦ଟି ବିମାନ ଆକାଶରେ ଉଡ଼ୁଛି।/sambad/media/post_attachments/wp-content/uploads/2019/04/nirav-300x195.jpg)
ଲଣ୍ଡନ, : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର ୱେଷ୍ଟମିନିଷ୍ଟରଙ୍କୁ କୋର୍ଟ ଦୁଇ ଦୁଇ ଥର ଖାରଜ କରିଦେଇଛନ୍ତି। ଏବେ ନିରବ ଜାମିନ ପାଇଁ ବ୍ରିଟେନ୍ର ହାଇକୋର୍ଟରେ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ପାକିସ୍ତାନର ପ୍ରକଳ୍ପ ପାଣ୍ଠି ରୋକିଲା ବିଶ୍ବବ୍ୟାଙ୍କ
କରାଚି, : ପାକିସ୍ତାନକୁ ବିଶ୍ବବ୍ୟାଙ୍କ ଏକ ବଡ଼ ଝଟ୍କା ଦେଇଛି। ବାଲୁଚିସ୍ତାନରେ ୨୦ କୋଟି ଡଲାର ବିନିଯୋଗରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପକୁ ବିଶ୍ବବ୍ୟାଙ୍କ ଅଟକାଇ ଦେଇଛି। ପ୍ରକଳ୍ପରେ ଅଗ୍ରଗତି ନହେବା କାରଣରୁ ବିଶ୍ବବ୍ୟାଙ୍କ ଏଭଳି କଠୋର ନିଷ୍ପତ୍ତି ନେଇଛି। ୩୦ ଦିନ ପାଇଁ ଏହି ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି ବୋଲି ବିଶ୍ବବ୍ୟାଙ୍କର ପ୍ରବକ୍ତା ମାରିଆମ୍ ଅଲତାଫ୍ କହିଛନ୍ତି।
ଭାରତକୁ ଡବ୍ଲୁଟିଓକୁ ଟାଣିଲା ଇୟୁ
ନୂଆଦିଲ୍ଲୀ/ବ୍ରସେଲ୍ସ,: ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ସାମଗ୍ରୀ ଉପରେ ଭାରତ ଲାଗୁ କରିଥିବା ଆମଦାନି ଶୁଳ୍କକୁ ୟୁରୋପୀୟ ସଂଘ (ଇୟୁ) ବିରୋଧ କରିଛି। ଏହି ପ୍ରସଙ୍ଗରେ ଭାରତକୁ ଇୟୁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)କୁ ଟାଣିଛି। ମୋବାଇଲ ଫୋନ, ମୋବାଇଲ ଉପକରଣ, ବେସ୍ ଷ୍ଟେସନ ଉପରେ ଆମଦାନି ଶୁଳ୍କକୁ ଇୟୁ ଚ୍ୟାଲେଞ୍ଜ କରିଛି।
ଜେଟ୍ର ୧୫ ବିମାନ ଉଡ଼ାଣ ବାତିଲ
ଜାମିନ ପାଇଁ ବ୍ରିଟେନ ହାଇକୋର୍ଟ ଯିବେ ନିରବ
/sambad/media/post_attachments/wp-content/uploads/2019/04/jet-airways_b05c301c-4a53-11e9-bf2d-62d340f7f10c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)