ଜିଏସ୍‌ଟିରେ ୧୫%ର ନୂଆ ସ୍ଲାବ୍ ଆସିପାରେ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଗଠନ କରାଯାଇଥିବା ମନ୍ତ୍ରୀମାନଙ୍କ ଏକ ଦଳ ବର୍ତ୍ତମାନ ପ୍ରଚଳନରେ ଥିବା ୧୨% ଓ ୧୮% ସ୍ଲାବ୍‌କୁ ମିଶ୍ରଣ କରି ୧୫% ନାମରେ ଏକ ନୂଆ ସ୍ଲାବ୍ ପ୍ରଚଳନ କରିବାକୁ ସୁପାରିସ କରିପାରେ ବୋଲି କୁହାଯାଉଛି। ଏହା ହେଲେ ୧୨% ସ୍ଲାବ୍‌ରେ ଥିବା କିଛି ସାମଗ୍ରୀର ଦାମ୍ ବଢ଼ିବ ଓ ୧୮% ସ୍ଲାବ୍‌ରେ ଥିବା ସାମଗ୍ରୀଗୁଡ଼ିକର ଦାମ୍ ହ୍ରାସ ପାଇବ। ‌ତେବେ ସର୍ବନିମ୍ନ ସ୍ଲାବ୍‌କୁ ୫%ରୁ ବଢ଼ାଇ ୮% କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିନପାରେ। ଏହାପଛର କାରଣ ହେଉଛି ବର୍ତ୍ତମାନର ଦରଦାମ୍ ସ୍ଥିତି। ଏବେ ଦେଶରେ ବହୁ ସାମଗ୍ରୀର ଦାମ୍ ଅଧିକ ରହିଛି। ୫% ସ୍ଲାବ୍‌ରେ ଥିବା ସାମଗ୍ରୀଗୁଡ଼ିକୁ ଲୋକମାନେ ବହୁଳ ଭାବେ ବ୍ୟବହାର କରୁଛନ୍ତି। ଯଦି ସେଗୁଡ଼ିକ ନୂଆ ୮% ସ୍ଲାବ୍‌ରେ ସାମିଲ କରାଯିବ ତେବେ ତାହା ଆହୁରି ମହଙ୍ଗା ହୋଇଯିବ। ତାହାକୁ ନେଇ ଜନ ଅସନ୍ତୋଷ ଦେଖାଦେବାର ଆଶଙ୍କା ରହିଛି। ଜିଏସଟିକୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀ ଗୋଷ୍ଠୀର ବୈଠକ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ। ସେଥିରେ ନୂତନ ସ୍ଲାବ୍ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର