ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ବିଭିନ୍ନ ଆଡୁ ୟୁକ୍ରେନ୍ ପ୍ରତି ସମବେଦନା ମିଳୁଥିବାର ଦେଖିବାକୁ ମିଳୁଛି। ଅନେକ ଲୋକ ଓ ସଂସ୍ଥା ୟୁକ୍ରେନ୍ବାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଯୁଦ୍ଧ କାରଣରୁ ନିଜ ଜୀବନ ବଞ୍ଚାଇବାକୁ ଅୟୁତ ଅୟୁତ ୟୁକ୍ରେନ୍ବାସୀ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି।
Launching Refuge - To help those displaced from their homes in Ukraine
Refuge is where individuals offering help connect with those who require help.
🔄 Please Retweet to spread the word
Download for Android now: https://t.co/qjerMUgIn2 pic.twitter.com/ZGHRMYrtrf
— Tejas (@XtremeDevX) March 31, 2022
ସେହି ଶରଣାର୍ଥୀମାନଙ୍କୁ ଏବେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ୧୫ ବର୍ଷୀୟ ଭାରତୀୟ ବାଳକ ତେଜସ ରବିଶଙ୍କର। ସେ ହେଉଛନ୍ତି ସିକୁୟା କ୍ୟାପିଟାଲ୍ ମାର୍କେଟ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରବି ଶଙ୍କରଙ୍କ ପୁଅ। ତେଜସ ଜଣେ ସଫ୍ଟୱେୟାର ଡେଭ୍ଲପର୍। ସେ ଏହି ଆପ୍କୁ ମାତ୍ର ୨ ସପ୍ତାହରେ ତିଆରି କରିଛନ୍ତି।
ଗୁରୁବାର ଏକ ଟ୍ବିଟ୍ କରି ତେଜସ୍ ଆପ୍ର ଲିଙ୍କ୍ ପ୍ଲେଷ୍ଟେର୍ ଲିଙ୍କ୍ ଦେଇଛନ୍ତି। ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଏହି ଆପ୍ ସେମାନଙ୍କ ସହ ଯୋଡ଼ିବାରେ ସହାୟ ହେବ।
More power to the younger generation! They decide to not debate but act. Keep building @XtremeDevX!
Please RT to help create impact! https://t.co/EE8wdGfkbQ
— G V Ravi Shankar (@gvravishankar) March 31, 2022
ସାହାଯ୍ୟ ଲୋଡୁଥିବା ଯେକୌଣସି ଶରଣାର୍ଥୀ ମାତ୍ର ୨ଟି କ୍ଲିକ୍ରେ ସାହାଯ୍ୟ ପାଇପାରିବେ। ଏହି ଆପ୍ରେ ୧୨ଟି ଭାଷାର ଅନୁବାଦ ରହିଛି। ଆପ୍ରେ ପୂରା ବିଶ୍ବର ମାନଚିତ୍ର ରହିଛି। ତେଜସ ଡେଭ୍ଲପ୍ କରିଥିବା ଏହି ଆପ୍ ସଂପର୍କରେ ରବିଶଙ୍କର ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି।