ଭୁବନେଶ୍ବର: କାର୍ତ୍ତିକେୟ ଗୋଏଲ୍ଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ନ୍ୟାସନାଲ୍ ୟୁଥ୍ ପାର୍ଲାମେଣ୍ଟ୍ର (ଏନ୍ୱାଇପି) ତିନିଦିନିଆ ବଜେଟ୍ ଡାଇଗଲ୍ସ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫୦ ଛାତ୍ରଛାତ୍ରୀ ଯୋଗ ଦେଇ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ବଜେଟ୍ ପ୍ରକ୍ରିୟା ଭଳି ଏହି କାର୍ଯ୍ୟକ୍ରମରେ ମଧ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ, ହାଲ୍ୱା ଉତ୍ସବ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଜୀ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି। ହାଇଦ୍ରାବାଦର ମେରିଡିଆନ୍ ସ୍କୁଲ୍ର ଇଶନ୍ଭି ଏନ୍ ପ୍ରିତମ୍ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏନ୍ୱାଇପିର ସାଧାରଣ ସମ୍ପାଦକ ମହେକ ଯାଦବ ଏହି କାର୍ଯ୍ୟକ୍ରମର ବିଜେତା ଘୋଷଣା କରିଛନ୍ତି। ଶ୍ରେଷ୍ଠ ଯୁବ ବଜେଟ୍ ଓ ଶ୍ରେଷ୍ଠ ଯୁବ ସାଂସଦ ବର୍ଗରେ ତିନି ଜଣ ଲେଖାଏଁ ବିଜେତା ଘୋଷଣା କରାଯାଇଛି। ଏହି କାର୍ଯକ୍ରମ ବିଷୟରେ ଶ୍ରୀ ଗୋଏଲ କହିଛନ୍ତି ଯେ ବଜେଟ୍ ଡାଇଗଲ୍ସ କାର୍ଯ୍ୟକ୍ରମ ଜରିଆରେ ଆମେ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଓ ଉଦ୍ୟମିତାର ଭାବ ଜାଗ୍ରତ କରି ଭାରତକୁ ଏକ ସ୍ବପ୍ନର ଦୁନିଆରେ ପରିଣତ କରିବାକୁ ଚାହୁଛୁ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୦୦ରୁ ଅଧିକ ସ୍କୁଲର ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ସ୍କୁଲ ଛାତ୍ରଛାତ୍ରୀ ସାଂସଦ ଭାବେ ଚୟନ କରାଯାଇଥିଲା।
ବଜେଟ୍ ଡାଇଲଗ୍ସରେ ଭାଗ ନେଲେ ୧୫୦ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2022/01/65d4g65dag4g65da4g65da.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)