ଆକ୍ସିସ୍ ବ୍ୟାଙ୍କରୁ ୧୫ ହଜାର କର୍ମଚାରୀଙ୍କ ଇସ୍ତଫା!

ମୁମ୍ବାଇ : ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କରୁ କିଛି ମାସ ଭିତରେ ୧୫ ହଜାରରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ଖବର ମୁତାବକ, ବ୍ୟାଙ୍କରେ ମଧ୍ୟମ ବର୍ଗରେ ଏବଂ ଶାଖାଗୁଡ଼ିକରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ବ୍ୟାଙ୍କର ପରିଚାଳନା ଟିମ୍‌ରେ ହୋଇଥିବା ବଡ଼ ଧରଣର ପରିବର୍ତ୍ତନ। ସେଥିପାଇଁ ଅନେକ ପୁରୁଣା କର୍ମଚାରୀ କାର୍ଯ୍ୟ କରିବାରେ ସମସ୍ୟା ସାମ୍ନା କରିଥିଲେ। ନୂଆ ଢାଞ୍ଚାରେ କାମ କରିବାରେ ଅସୁବିଧା ହେବାରୁ ସେମାନେ ଇସ୍ତଫା ଦେଇଛନ୍ତି।

ଯେଉଁ ବର୍ଗର କର୍ମଚାରୀମାନେ ଆକ୍ସିସ୍ ବ୍ୟାଙ୍କରୁ ଇସ୍ତଫା ଦେଇଛନ୍ତି ସେମାନେ ଗ୍ରାହକଙ୍କ ସହ କାରବାର କରୁଥିଲେ। ତେଣୁ ସେମାନେ ଚାଲିଯିବା ପରେ ବ୍ୟାଙ୍କର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ସେହି ଅସୁବିଧାକୁ ଦୂର କରିବା ଲାଗି ବ୍ୟାଙ୍କ ପକ୍ଷରୁ ଇତି ମଧ୍ୟରେ ୨୮ ହଜାର ନୂତନ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର