ଇପିଏଫ୍ଓରେ ଯୋଡ଼ିହେଲେ ୧୬.୮୨ ଲକ୍ଷ ନୂଆ ସଦସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ୧୬.୮୨ ଲକ୍ଷ ନୂଆ ସଦସ୍ୟ ଯୋଡ଼ିହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯.୩୪ ଲକ୍ଷ ସଦସ୍ୟ ସମ୍ପୂର୍ଣ୍ଣ ରୂପେ ନୂତନ ଭାବେ ଇପିଏଫ୍ଓ ପରିସରକୁ ଆସିଛନ୍ତି। ନୂଆ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କ ବୟସ ୧୮-୨୧ ବର୍ଷ ବର୍ଗରେ ରହିଛି। ଏହି ବର୍ଗର ୨.୯୪ ଲକ୍ଷ ନୂଆ ସଦସ୍ୟ ଇପିଏଫ୍‌ଓରେ ଯୋଡ଼ିହୋଇଛନ୍ତି। ଏହା ପରେ ୨୧-୨୫ ବର୍ଷ ବୟସ ବର୍ଗର ୨.୫୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ଅଧିକ ସଦସ୍ୟ ଇପିଏଫ୍‌ଓରେ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର