୧୬୦ ଶିକ୍ଷାନୁଷ୍ଠାନରେ ଜିଓ ଓ୍ଵାଇ-ଫାଇ

ଭୁବନେଶ୍ୱର: ଜିଓ ପକ୍ଷରୁ ଓଡ଼ିଶାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ହାଇ ସ୍ପିଡ୍‌ ୱାଇ-ଫାଇ ସୁବିଧା କରାଯାଇଛି। ଏହି ତାଲିକାରେ ଏବେ ସାମିଲ ହୋଇଛି ଆଇସିଟି ମୁମ୍ବାଇ-ଇଣ୍ଡିଆ ଅଏଲ୍‌ ଓଡ଼ିଶା କ୍ୟାମ୍ପସ୍‌, ଭୁବନେଶ୍ୱର। ଓଡ଼ିଶାରେ ୧୬୦ରୁ ଅଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଜିଓ ପକ୍ଷରୁ ସଫଳତାର ସହିତ କ୍ୟାମ୍ପସ୍‌ ୱାଇ-ଫାଇ ସଂଯୋଗ କରାଯାଇସାରିଛି। ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ଆହୁରି ଅନେକ ଅନୁଷ୍ଠାନରେ ଖୁବ୍‌ଶୀଘ୍ର ଜିଓ ପକ୍ଷରୁ କ୍ୟାମ୍ପସ୍‌ ୱାଇ-ଫାଇ ସେବା ପ୍ରଦାନ କରାଯିବ। ଡିଜିଟାଲ୍‌ ଉପାୟରେ ଉଚ୍ଚ ମାନର ଶିକ୍ଷା ଓ ଦକ୍ଷତା ତାଲିମକୁ ସାରା ଦେଶର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ପହଂଚାଇବା ଲାଗି ଜିଓ ଏଭଳି ପଦକ୍ଷେପ ନେଉଛି। ସମ୍ପ୍ରତି ଜିଓ ଏହାର ବ୍ୟବସାୟିକ ସେବା ଆରମ୍ଭର ଦୁଇ ବର୍ଷ ପୂର୍ତି ମଧ୍ୟ ପାଳନ କରିଛି।

ସମ୍ବନ୍ଧିତ ଖବର