ଭୁବନେଶ୍ବର: ଗଭୀର ଜଳ ଭିତରେ କାମ କରୁଥିବା ରୋବୋଟିକ୍ସ ଓ ପ୍ରତିରକ୍ଷା ପ୍ରଯୁକ୍ତି ବିକାଶ କରୁଥିବା ସଂସ୍ଥା କୋରାସିଆ ଟେକ୍ନୋଲୋଜିସ୍ ପକ୍ଷରୁ ସେବି ପଞ୍ଜୀକୃତ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍ ଏମ୍ଜିଏଫ୍ କବଚଠାରୁ ପ୍ରି-ସିରିଜ୍ ଏ ଫଣ୍ଡିଂ ପର୍ଯ୍ୟାୟରେ ୧୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି ପାଣ୍ଠି ଜରିଆରେ କମ୍ପାନି ରାଉରକେଲାରେ ଆରଆଣ୍ଡ୍ଡି କେନ୍ଦ୍ର, ଭୁବନେଶ୍ବର ଓ ବେଙ୍ଗାଲୁରୁରେ ଉତ୍ପାଦନ କାର୍ଯ୍ୟାଳୟ ସ୍ଥାପନ କରିବ।
ଏଥି ସହିତ ଉନ୍ନତ ଏୟୁଏଭି, ସୋନର ସିଷ୍ଟମ୍ ଓ ସ୍ବାର୍ମ ପ୍ରଯୁକ୍ତି ବିକାଶ ମଧ୍ୟ କରିବ। କମ୍ପାନିର ସିଇଓ ଦେବେନ୍ଦ୍ର ପ୍ରଧାନ କହିଛନ୍ତି ଯେ କମ୍ପାନିର ରୋବଟ୍ ପୋଲ କିମ୍ବା ଡ୍ୟାମ୍ ତଳେ ଥିବା ବିପଦ ଚିହ୍ନଟ କରିପାରିବେ ଓ ସମ୍ବେଦନଶୀଳ ପ୍ରତିରକ୍ଷା କାର୍ଯ୍ୟରେ ବ୍ୟବହାର ହୋଇପାରିବ। କମ୍ପାନିର ସିଟିଓ ବିଶ୍ବଜିତ ସ୍ବାଇଁ କହିଛନ୍ତି ଯେ ଆମ ଷ୍ଟାର୍ଟଅପ୍ ଗବେଷଣାରେ ଗଭୀର ଭାବେ ଜଡ଼ିତ ରହିଛି।