ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସପ୍ତମ କିସ୍ତିରେ ୨୩ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ୬୦୦୦ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ସେଥିରୁ ରାଜ୍ୟଗୁଡ଼ିକୁ ୫୫୧୬.୬୦ କୋଟି ଟଙ୍କା ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବଳକା ୪୮୩.୪୦ କୋଟି ଟଙ୍କା ଦିଆଯାଇଛି। ସାତ ଥରରେ ଓଡ଼ିଶାକୁ ମୋଟ ୧୭୪୬.୧୩ କୋଟି ଟଙ୍କା ମିଳିଛି। ଏଥରକୁ ମିଶାଇ କେନ୍ଦ୍ର ସରକାରଙ୍କ ତରଫରୁ ମୋଟ ୪୬ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଇଛି। ପ୍ରତି କିସ୍ତିରେ ୬୦୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ମୋଟ ଘରୋଇ ଉତ୍ପାଦର ୦.୫% ଅତିରିକ୍ତ ଋଣ ନେବା ଲାଗି ମଧ୍ୟ ରାଜ୍ୟଗୁଡ଼ିକ ଅନୁମତି ଦିଆଯାଇଛି। ସେହି ଅନୁସାରେ ଓଡ଼ିଶା ପାଇଁ ୨୮୫୮ କୋଟି ଟଙ୍କା ଋଣ କରିବାର ସୁଯୋଗ ରହିଛି। ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ମୁଲଚାଲ ଚାଲିଥିବା ବେଳେ ଯେଉଁ ରାଜ୍ୟ ପ୍ରଥମ ପ୍ରସ୍ତାବ (୧.୧୦ ଲକ୍ଷ କୋଟି ଟଙ୍କାର ଋଣ) ଗ୍ରହଣ କରିବେ ସେମାନଙ୍କୁ ଜିଡିପିର ଅତିରିକ୍ତ ୦.୫% ଋଣ କରିବାର ଅନୁମତି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ।
ସାତଟି କିସ୍ତିରେ ଓଡ଼ିଶାକୁ ୧୭୪୬ କୋଟିର ଜିଏସ୍ଟି କ୍ଷତିପୂରଣ
/sambad/media/post_attachments/wp-content/uploads/2020/10/gst-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)