୧୮ ବ୍ୟବସାୟୀ, ୨୪ କମ୍ପାନିଙ୍କୁ ଚୂନ ମାରିଥିଲେ ମାମୁଁ, ଭଜଣା

ନୂଆଦିଲ୍ଲୀ: ପିଏନ୍‌ବିର ମହାଠକେଇ ଘଟଣା ପଦାକୁ ଆସିବା ପୂର୍ବରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ୧୮ ଜଣ ବ୍ୟବସାୟୀ ଓ ଦୁଇ ଡଜନେରୁ ଅଧିକ କମ୍ପାନିଙ୍କୁ ଚୂନ ଲଗାଇଛନ୍ତି। ଏହି ବ୍ୟବସାୟୀ ଓ କମ୍ପାନି ଗୁଡ଼ିକ ନିରବ ଓ ମେହୁଲଙ୍କ ମାଲିକାନାରେ ଚାଲିଥିବା କମ୍ପାନିର ଫ୍ରାଞ୍ଚାଇଜ୍‌ ନେଇଥିଲେ। କିନ୍ତୁ ଫ୍ରାଞ୍ଚାଇଜ୍‌ ନେବାବେଳେ ଯେଉଁ ଚୁକ୍ତିନାମା ହୋଇଥିଲା ତାହାକୁ ନିରବ ଓ ମେହୁଲ ପାଳନ କରିବାରେ ବିଫଳ ହୋଇଛନ୍ତି। ୨୦୧୩ରୁ ୨୦୧୭ ମଧ୍ୟରେ ବ୍ୟବସାୟୀମାନେ ନିରବ ଓ ମେହୁଲଙ୍କ କମ୍ପାନିର ଗହଣା ସୋରୁମ୍‌ ଖୋଲିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଏହି ବ୍ୟବସାୟୀମାନେ ଏବେ ନିରବ ଓ ମେହୁଲଙ୍କ କମ୍ପାନି ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଚୁକ୍ତି ଉଲ୍ଲଂଘନ ଆଦି ଅଭିଯୋଗରେ ଏତଲା ଦାଖଲ କରିଛନ୍ତି। ଦେଶର କେତେକ ସହରରେ ଗୀତାଞ୍ଜଳି ଜୁଏଲାରି ଓ ଜିଲି ବ୍ରାଣ୍ଡ୍‌ର ସୋରୁମ୍‌ ଖୋଲିବା ପାଇଁ ରାଜିନାମା ହୋଇଥିବାରୁ ଏସବୁ ସ୍ଥାନରେ ଏତଲା ଦାଏର ହୋଇଛି।

ସମ୍ବନ୍ଧିତ ଖବର