ଭୁବନେଶ୍ବର: ଭାରତୀୟ ଜାତୀୟ ଇଣ୍ଟରନେଟ୍ ଏକ୍ସଚେଞ୍ଜ୍‌ (ଏନ୍‌ଆଇଏକ୍ସଆଇ) ୧୮ତମ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ ଏକ ୱେବିନାରର ଆୟୋଜନ କରାଯାଇଥିଲା ଯେଉଁଥିରେ କେନ୍ଦ୍ର ସରକାରଙ୍କ ଏମ୍‌ଆଇଟିୱାଇ ସଚିବ ଅଜୟ ପ୍ରକାଶ ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏକ୍ସଚେଞ୍ଜ୍‌ର ସିଇଓ ଅନିଲ କୁମାର ଜୈନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭାଇଜରିର ପ୍ରତିଷ୍ଠାତା ଟିଭି ରାମଚନ୍ଦ୍ରନ, ଏସିଆ ପାସିଫିକ୍ ଟପ୍ ଲେବଲ୍ ଡୋମେନ୍ ଆସୋସିଏସନ୍‌ର ସିଇଓ ଲିଓନିଲ୍ ଟୋଡୋରୋଭ୍ ଓ ଅଧ୍ୟକ୍ଷ ଗୌରବ ରାଜ ଉପାଧ୍ୟାୟ ଓ ପ୍ରିମସ୍ ପାର୍ଟନର୍ସର ପ୍ରତିଷ୍ଠାତା ନିଳୟ ବର୍ମା ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଭାବେ ଇଣ୍ଟରନେଟ୍ ‌ଡୋମେନ୍ ସୃଷ୍ଟି କରିବାରେ ଇଣ୍ଟରନେଟ୍ ଏକ୍ସଚେଞ୍ଜ୍‌ ପ୍ରମୁଖ ଭୂମିକା ନିର୍ବାହ କରିଛି। ଡଟ୍‌ ଇନ୍ ୱେବ୍‌ ଠିକଣାକୁ ଏହା ଜାରି କରିଥିଲା।

Advertisment

ଏଥିରେ ପଞ୍ଜୀକରଣ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହୋଇଗଲାଣି। ସ୍ଥାନୀୟ ବିଷୟବସ୍ତୁଗୁଡ଼ିକର ପ୍ରଚାର ପ୍ରସାର ଲାଗି ଏହା ଡଟ୍‌ ଭାରତ ଡୋମେନ୍ ଅଭିଯାନ ଚାଲୁ ରଖିଛି। ପ୍ରଥମେ ପାଞ୍ଚଟି ଭାରତୀୟ ଭାଷାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଭାରତର ସମସ୍ତ ୨୨ଟି ଅଫିସିଆଲ୍ ଭାଷା ଯୋଡ଼ି ହୋଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହା ୨୨ଟି ଭାରତୀୟ ଭାଷାରେ ଡୋମେନ୍ ପ୍ରଦାନ କରୁଛି ବୋଲି ଏକ୍ସଚେଞ୍ଜ୍‌ର ସିଇଓ ଶ୍ରୀ ଜୈନ କହିଛନ୍ତି।