୧୯% ଟିକସଦାତା ସରକାରୀ ଚାକିରିଆ, ପେନ୍‌ସନ୍‌ଭୋଗୀ

ନୂଆଦିଲ୍ଲୀ : ଦେଶରେ ଟିକସଦାତାଙ୍କ ମଧ୍ୟରେ ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀଙ୍କ ସଂଖ୍ୟା ବଢ଼ୁଛି। ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁସାରେ ମୋଟ ଟିକସଦାତାଙ୍କ ମଧ୍ୟରୁ ୧୯ ପ୍ରତିଶତ ହେଉଛନ୍ତି ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀ। ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୨୦-୨୧ରେ ୬.୮ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା। ସେଥିରୁ ୧.୩ କୋଟି ଥିଲେ ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀ।

୨୦୧୮-୧୯ରେ ସେମାନଙ୍କ ଭାଗ ୨୦% ଭଳି ସ୍ତରରେ ଥିଲା। ୨୦୧୨-୧୩ରେ କିନ୍ତୁ ସେମାନଙ୍କ ଭାଗ ୧୦% ଭଳି ନିମ୍ନ ସ୍ତରରେ ଥିଲା। ୨୦୧୩-୧୪ ପରେ ଦାଖଲ ହେଉଥିବା ଟିକସ ରିଟର୍ଣ୍ଣ ସଂଖ୍ୟା ୨.୪ ଗୁଣା ବଢ଼ିଥିବା ବେଳେ ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀ ଦାଖଲ କରୁଥିବା ରିଟର୍ଣ୍ଣ ସଂଖ୍ୟା ସାଢ଼େ ଚାରି ଗୁଣ ବଢ଼ିଛି। ଟିକସଦାତାଙ୍କ ମଧ୍ୟରେ କେତେ ଘରୋଇ କ୍ଷେତ୍ରର କର୍ମଚାରୀ ରହିଛନ୍ତି ତାହା ଜଣାପଡ଼ିନାହିଁ। ସରକାର ସେ ସମ୍ପର୍କିତ ନିର୍ଦିଷ୍ଟ ତଥ୍ୟ ରଖୁନାହାନ୍ତି। ୨୦୨୦-୨୧ରେ ମୋଟ ଟିକସଦାତା ସଂଖ୍ୟା ୬,୮୪,୪୦,୭୮୪ ଥିବା ବେଳେ ସେଥିରୁ ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀଙ୍କ ସଂଖ୍ୟା ହେଉଛି ୧,୨୮,୨୦,୬୪୭।

ସମ୍ବନ୍ଧିତ ଖବର