ପିଲା ଜନ୍ମ ପରେ ପାଟିରେ କାଗଜ ବିଣ୍ଡା ଦେଇ ନବଜାତକକୁ ବିମାନ ଶୌଚାଳୟରେ ଫିଙ୍ଗିଥିବା ମହିଳା ଅପହୃତ

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର୍‌ ଏସିଆ ବିମାନ ମଧ୍ୟରେ ଏକ ଅପରିପକ୍ୱ ଶିଶୁୁ ଜନ୍ମ ଦେଥିବବା ୧୯ ବର୍ଷୀୟା ଖେଳାଳୀ ଏବେ ଅପହୃତ ବୋଲି ଅଭିଯୋଗ ହୋଇଛି। ଉଡ଼ାଣର ଏକ ଦିନ ପୂର୍ବରୁ ସେ ଗର୍ଭଜନୀତ ଯନ୍ତ୍ରଣା ପାଇଁ ଔଷଧ ମଧ୍ୟ ନେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ପିଲାଟିକୁ ଜନ୍ମ ଦେବା ପର୍ଯ୍ୟନ୍ତ ବି ମହିଳା ଜଣକ ଜାଣିନଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ତାଙ୍କ ଦିଅର ବି ସମାନ କଥା କୁହନ୍ତି। ମହିଳା ଗର୍ଭବତୀ ଥିବା କଥା ତାଙ୍କ ଘରେ କେହି ଜାଣନ୍ତି ନାହିଁ।

ପୁଲିସ୍‌ ପଚରାଉଚରା କରିବାରୁ ସେ କହିଛନ୍ତି ଯେ, ଯାତ୍ରା କରିବାର ପୂର୍ବ ଦିନ ତାଙ୍କ ପେଟରେ ଖୁବ୍‌ ଯନ୍ତ୍ରଣା ଅନୁଭୂତ ହେଉଥିଲା। ସେଥିପାଇଁ ସେ ପେନ୍‌କିଲର୍‌ ବି ନେଇଥିଲେ। ତା’ପରେ ପ୍ରବଳମାତ୍ରାରେ ରକ୍ତସ୍ରାବ ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଜନ୍ମଲାଭ କରିଥିବା ମୃତ ଶିଶୁର ଶରୀର ବ୍ୟବଚ୍ଛେଦ ପାଇଁ ପଠାଇଛି। ଫଳରେ ଜାଣିହେବ ଯେ ଶିଶୁଟିର ମୃତ୍ୟୁ କିପରି ଘଟିଛି। ଡାକ୍ତରଙ୍କ କହିବା କଥା ହେଉଛି ଏକ ପେନ୍‌କିଲର୍‌ ଖାଇବା ଦ୍ୱାରା କେବେ ବି ଗର୍ଭପାତ ହୋଇଯାଏ ନାହିଁ।

ବୁଧବାର ଦିନ ପ୍ରାୟ ୩ଟା ସମୟରେ ବିମାନ କର୍ତ୍ତୃପକ୍ଷ ବିମାନର ଶେଚାଳୟ ମଧ୍ୟରୁ ଏକ ନବଜାତ ଶିଶୁକୁ ଦେଖିବାକୁ ପାଇଥିଲେ। ଗୌହ୍ଵାଟୀରୁ ଦିଲ୍ଲୀ ଉଡ଼ାଣ ଭରୁଥିବା ଏହି ବିମାନଟିରେ ଶିଶୁଟିର ପାଟିରେ କାଗଜ ବିଣ୍ଡା ଦିଆଯାଇଥିବା ଅବସ୍ଥାରେ ବିମାନ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର