୧୯୬୯ରେ ଆସିଥିଲା ପ୍ରଥମ ଗାନ୍ଧୀ ନୋଟ୍‌:

ନୂଆଦିଲ୍ଲୀ,: ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଛବି ରହିଥିବା ଅ‌ାମେ ଦେଖି ଆସୁଛେ। ଆଜିଠୁ ୫୦ ବର୍ଷ ପୂର୍ବେ ଅର୍ଥାତ ୧୯୬୯ରେ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୧୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧୀଙ୍କ ଚିତ୍ର ପଥମେ ନୋଟରେ ଦେଖିବାକୁ ମିଳିଲା। ୧୯୪୭ରେ ଗାନ୍ଧୀଙ୍କ ଚିତ୍ର ନୋଟରେ ଛାପିବା ଲାଗି ଚିନ୍ତା କରାଯାଇଥିଲା। କିନ୍ତୁ ସରକାରଙ୍କୁ ଏହି ପ୍ରସଙ୍ଗରେ ସହମତି ହାସଲ କରିବା ଲାଗି ଦୀର୍ଘ ସମୟ ଲାଗି ଯାଇଥିଲା। ୧୯୬୯ରେ ଯେଉଁ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ ହୋଇଥିଲା ସେଥିରେ ଗାନ୍ଧୀ ସେବାଗ୍ରାମ ଆଶ୍ରମରେ ବସିଥିବା ଚିତ୍ର ପ୍ରକାଶ ପାଇଥିଲା। ତେବେ ୧୯୮୭ ଅକ୍ଟୋବରୁ ଗାନ୍ଧୀଙ୍କ ହସୁଥିବା ମୁହଁର ଚିତ୍ର ନିୟମିତ ଭାବେ ୫୦୦ ଟଙ୍କିଆ ନୋଟ ସିରିଜ୍‌ରୁ ଆସିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର