ଏପ୍ରିଲ ସୁଦ୍ଧା ପୂରଣ ହେବ ରେଳବାଇର ୧ ଲକ୍ଷ ୧୦ ହଜାର ପଦବି

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ସୁଦ୍ଧା ରେଳବାଇରେ ୧ ଲକ୍ଷ ୧୦ ହଜାର ପଦବି ପୂରଣ ହେବ। ରେଳ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଆଜି ଏହି ସୂଚନା ଦେଇଛନ୍ତି। ଏହି ଖାଲି ପଦବି ପାଇଁ ପ୍ରାୟ ୨ କୋଟି ୨୭ ଲକ୍ଷ ଆବେଦନ ମିଳିଛି। ଆସନ୍ତା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଲିଖିତ ପରୀକ୍ଷା ହେବ। ମାର୍ଚ୍ଚ ସୁଦ୍ଧା ମାନସିକ ଓ ଶାରୀରିକ ପରୀକ୍ଷା କରାଯାଇ ଏପ୍ରିଲ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯିବ । ୨୬,୫୦୨ଟି ଲୋକୋ ପାଇଲଟ ଏବଂ ଟେକ୍ନିସିଆନ୍‌ ପଦବି ସହିତ ୬୨,୯୦୭ଟି ଗ୍ରୁପ୍‌ ଡି ପଦବି ପୂରଣ ହେବ। ଓଡ଼ିଆ ସମେତ ୧୫ଟି ଭାଷାରେ ଏହି ପରୀକ୍ଷା ହେବ।

ସମ୍ବନ୍ଧିତ ଖବର