ଓଡ଼ିଶାରେ ନିଜ ସେବା ଆରମ୍ଭର ଏକ ବର୍ଷ ପୂରଣ କଲା ଆଇସିଏଲ ଫିନକର୍ପ

ଭୁବନେଶ୍ୱର: ଦକ୍ଷିଣ ଭାରତର ମୁଖ୍ୟ ଏନବିଏଫସି, ଆଇସିଏଲ ଫିନକର୍ପ, ଓଡ଼ିଶାରେ ନିଜର ସେବା ଆରମ୍ଭର ଏକ ବର୍ଷ ପୂରଣ କରିଛି । ଓଡ଼ିଶାରେ ଏହି ଉନ୍ମୋଚନ ଆଇସିଏଲ ଫିନକର୍ପର ସର୍ବଭାରତୀୟ ଉପସ୍ଥିତିର ଆରମ୍ଭ ଏବଂ ସମଗ୍ର ଭାରତର ଲୋକମାନଙ୍କ ପାଇଁ ନିଜର ସେବାଗୁଡ଼ିକୁ ସୁଲଭ କରାଇବା ନେଇ ବ୍ରାଣ୍ଡର ଦୃଷ୍ଟିକୋଣକୁ ଚିହ୍ନିତ କରିଛି । ଏହି ଉପଲବ୍ଧିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆଇସିଏଲ ଏବେ ଓଡ଼ିଶାରେ ଅଶୋକ ନଗର, ବି.କେ ରୋଡ଼, ବାଲେଶ୍ୱର, ବ୍ରହ୍ମପୁର, ଯାଜପୁର ଟାଉନ, ଖୋର୍ଦ୍ଧା, ଲିଙ୍କ ରୋଡ଼୍, ନିଆଳି, ନିମାପଡ଼ା, ସହୀଦ ନଗର, ସାକ୍ଷୀଗୋପାଳ ଏବଂ ସାଲେପୁରରେ ନିଜର ୧୨ ଟି ନୂତନ ଶାଖାଗୁଡ଼ିକର ଶୁଭାରମ୍ଭ କରିଛି । ନୂତନ ଶାଖାଗୁଡ଼ିକ ଚଳିତ ୧୯ ଅଗଷ୍ଟରେ ଆଇସିଏଲ ଫିନକର୍ପର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ, ଓକିଲ କେ.ଜି ଅନିଲ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ତଥା ସାଂସ୍କୃତିକ ମାନ୍ୟଗଣ ବ୍ୟକ୍ତିମାନେ ଯୋଗ ଦେଇଛନ୍ତି ।

ଏହି ଉପଲବ୍ଧିର ସ୍ମୃତିରକ୍ଷା କରିବା ପାଇଁ ଆଇସିଏଲ ଫିନକର୍ପ ନିଜର ଗ୍ରାହକଙ୍କ ପାଇଁ ପ୍ରଥମ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପିତ କରିଛି । ଯେଉଁମାନେ ଓଡ଼ିଶାର ୨୨ଟି ଶାଖାରୁ ସୁନା ବାବଦେ ଋଣ ପାଇଛନ୍ତି, ସେମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇଛନ୍ତି । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ସେମାନଙ୍କ ସୁନା ବାବଦେ ଋଣ ପାଇଁ ସ୍ଥାନାନ୍ତର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ଏହି ଅଫର ବୃଦ୍ଧି କରାଯାଇଛି । ଡ୍ର’ରେ ଥିବା ୧୦ ଭାଗ୍ୟଶାଳୀ ବିଜେତାଙ୍କ ବିଷୟରେ ଜାନୁଆରୀ ୧, ୨୦୨୩ରେ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର