ନୂଆଦିଲ୍ଲୀ : କିଛି ବର୍ଷ ହେଲାଣି ଭାରତୀୟମାନେ ନାଗରିକତ୍ବ ଛାଡ଼ି ଅନ୍ୟ ଦେଶରେ ବସବାସ କରିବା ଲାଗି ଯାଉଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୨ରେ ରେକର୍ଡ ୨.୨୫ ଲକ୍ଷ ଭାରତୀୟ ନାଗରିକତା ଛାଡ଼ିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନ ଲୋକସଭାରେ କହିଛନ୍ତି। ଧନୀକ ବର୍ଗର ଲୋକମାନେ ମଧ୍ୟ ବିଦେଶରେ ବସବାସ କରିବାକୁ ଯାଉଛନ୍ତି। ହେନ୍ଲି ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୨ରେ ୭,୫୦୦ ଧନୀ ଭାରତ ଛାଡ଼ିଛନ୍ତି। ୨୦୨୩ରେ ୬,୫୦୦ ଧନୀ ଦେଶ ଛାଡ଼ିବେ ବୋଲି ଆକଳନ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp