ନୂଆଦିଲ୍ଲୀ: ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ୨ଟି ନୂଆ ପେଟେଣ୍ଟପ୍ରାପ୍ତ ରଙ୍ଗ ଆବୃତ ଉତ୍ପାଦ ଅପ୍ଟିଗାଲ୍ ପ୍ରାଇମ୍ ଓ ଅପ୍ଟିଗାଲ୍ ପିନାକଲ୍‌କୁ ଉନ୍ମୋଚନ କରାଯାଇଛି। ଦୁଇ ଉତ୍ପାଦ ଉପରେ ଯଥାକ୍ରମେ ୧୫ ବର୍ଷ ଓ ୨୫ ବର୍ଷର ୱାରେଣ୍ଟି ରହିଛି। ଅପ୍ଟିଗାଲ୍ ପ୍ରାଇମ୍ ସହରାଞ୍ଚଳ ଓ ମଧ୍ୟମ କ୍ଷୟକାରୀ ପରିବେଶ ପାଇଁ ଉପଯୁକ୍ତ।

Advertisment

ସେହିପରି ଅପ୍ଟିଗାଲ୍ ପିନାକଲ୍‌ ରୁକ୍ଷ ଶିଳ୍ପ ପରିବେଶ ଓ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କମ୍ପାନିର ବିକ୍ରୟ ଓ ବିପଣନ ନିର୍ଦ୍ଦେଶକ ତଥା ଉପସଭାପତି ରଞ୍ଜନ ଧର କହିଛନ୍ତି ଯେ ନୂଆ ଉତ୍ପାଦର ଶୁଭାରମ୍ଭ ଗୁଣବତ୍ତା, ଦୀର୍ଘସ୍ଥାୟିତ୍ବ ଓ ନବସୃଜନ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଭାରତର ଭିତ୍ତିଭୂମି ଓ ନିର୍ମାଣ ଆବଶ୍ୟକତା ବିକଶିତ ଭାରତ ପଥରେ ଅଗ୍ରସର ହେଉଥିବାରୁ ଆମେ ବିବିଧ ଜଳବାୟୁ ଓ ଶିଳ୍ପ ଚାହିଦା ପୂରଣ କରୁଥିବା ବିଶ୍ବସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଇସ୍ପାତ ସମାଧାନ ପ୍ରଦାନ କରି ଗର୍ବ ଅନୁଭବ କରୁଛୁ।