ଭୁବନେଶ୍ୱର: ଭାରତର ‘ନିଓ-କ୍ଲାସିକ୍‌’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ୪୨ ଲାଇଫ୍‌ ସିରିଜର ନୂତନ ୩୫୦ ଜାୱା ୪୨ ଏଫ୍‌ଜେ ଏବଂ ଆଇକନିକ୍ ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ର ଉନ୍ମୋଚନ କରାଯାଇଛି। ଏଥିସହ ଭୁବନେଶ୍ବରରେ ରାଜ୍ୟର ସର୍ବବୃହତ୍ ସୋରୁମ୍ ସହିତ ଏକ ଜାୱା କାଫେ ସପ୍‌ର ଉଦ୍‌ଘାଟନ କରାଯାଇଛି। ଖଣ୍ଡଗିରିରେ ଲକ୍ଷିତା ଅଟୋମୋବାଇଲସ୍ ନାମରେ ବୃହତ୍‌ ସୋରୁମ ଏବଂ  ସପ୍ତସତୀ ମନ୍ଦିର ନିକଟରେ ଖୋଲିଥିବା ଜାୱା କାଫେ ସପ୍‌ ଖୋଲିଛି।

Advertisment

ଜାୱା ୪୨ ଏଫ୍‌ଜେ ଏବଂ ବିଏସ୍‌ଏ ଗୋଲ୍ଡ ଷ୍ଟାର୍‌ ଉନ୍ମୋଚିତ

ଏସବୁ ସୋରୁମ୍‌ରେ ଜାୱା, ୟେଜଦି ଓ ବିଏସଏ ମୋଟରସାଇକେଲର ସମ୍ପୂର୍ଣ୍ଣ ରେଞ୍ଜ ଉପଲବ୍ଧ ହେବ। ଏଥି ସହିତ ଅତ୍ୟାଧୁନିକ ଡିଲରସିପ୍‌ରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନଙ୍କ ଦ୍ୱାରା ପରିଚାଳିତ ସର୍ଭିସ୍ ସେଣ୍ଟର ରହିଛି ଯାହା ଉତ୍ତମ ଗ୍ରାହକ ସେବା ଏବଂ ବିକ୍ରି ପରବର୍ତୀ ସହାୟତା ସୁନିଶ୍ଚିତ କରିବ। ଏହାର ଦ୍ରୁତ ଆଂଚଳିକ ସମ୍ପ୍ରସାରଣ ଜାରି ରଖି ଜାୱା ୟେଜଦି ମୋଟରସାଇକେଲ୍‌ସ ଓଡ଼ିଶାରେ ଏହାର ଡିଲରସିପ୍ ନେଟୱର୍କକୁ ବର୍ଷକ ମଧ୍ୟରେ ୨୮କୁ ବୃଦ୍ଧି କରିବ। ଏଥି ପାଇଁ ଖୁବ୍‌ଶୀଘ୍ର ଅତିରିକ୍ତ ୭ଟି ଟଚ୍ ପଏଂଟ୍ ଖୋଲିବାକୁ ଯାଉଛି । କ୍ଲାସିକ୍ ଲିଜେଣ୍ଡସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସହ-ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ବ୍ରିଟିଶ ଇଞ୍ଜିନିୟରିଂ ଉତ୍କର୍ଷତାର ପ୍ରତିନିଧିତ୍ୱ କରୁଥିବା ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ ଏବଂ ଆକର୍ଷଣୀୟ ଜାୱା ୩୫୦- ୪୨ ଏଫ୍‌ଜେକୁ ଭୁବନେଶ୍ୱର ଆଣିବା ନେଇ ଆମେ ଉତ୍ସାହିତ।