ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଆପଲ୍ର ଉତ୍ପାଦ ଆଇଫୋନ୍ ଉତ୍ପାଦନ କରିବାରେ ଭାରତ ବଡ଼ ଉପଲବ୍ଧି ହାସଲ କରିଛି। ସଦ୍ୟତମ ସୂଚନା ଅନୁସାରେ ୨୦ ପ୍ରତିଶତ ଆଇଫୋନ୍ ଭାରତରେ ତିଆରି ହେଉଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ଅଧିକ ଆଇଫୋନ୍ ଭାରତରେ ତିଆରି ହୋଇଛି ଯାହାର ମୂଲ୍ୟ ହେଉଛି ୨୨୦୦ କୋଟି ଡଲାର।
ଆପଲ୍ ନିର୍ମାତା ଓ ଯୋଗାଣକାରୀମାନେ ନିଜ ବ୍ୟବସାୟ ନେଟ୍ୱର୍କକୁ ଚୀନ୍ରୁ ବାହାର କରି ଭାରତରେ ସ୍ଥାପନ କରୁଛନ୍ତି। କରୋନା ମହାମାରୀ ସମୟରେ ଚୀନ୍ରେ ଥିବା କାରଖାନାଗୁଡ଼ିକରେ ଆଇଫୋନ୍ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଯାହା କମ୍ପାନି ଲାଗି ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା। ଏହା ବ୍ୟତୀତ ଆମେରିକା ଓ ଚୀନ୍ ମଧ୍ୟରେ ଲାଗିଥିବା ବାଣିଜ୍ୟ ଯୁଦ୍ଧ ପାଇଁ କେବଳ ଚୀନ୍ ଉପରେ ଆଉ କୌଣସି କମ୍ପାନି ନିର୍ଭରଶୀଳ ରହିବାକୁ ଚାହୁନାହାନ୍ତି। ସେମାନେ ବିଶ୍ବର ବିଭିନ୍ନ ସ୍ଥାନରେ ସେମାନଙ୍କ କାରଖାନା ରହୁ ବୋଲି ଚାହୁଛନ୍ତି। ଭାରତରେ ଫକ୍ସକନ୍, ୱିଷ୍ଟ୍ରନ୍ କର୍ପୋରେସନ୍ ଓ ପେଗାଟ୍ରନ୍ ପକ୍ଷରୁ ଆଇଫୋନ୍ ଉତ୍ପାଦନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Apple-iPhone-14-iPhone-14-Plus-hero-220907_Full-Bleed-Image.jpg.large_.jpg)