ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ସପ୍ତାହରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଓ ଜମା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଆରବିଆଇ ଏହି ନୋଟକୁ ଜମା କରିବା ପାଇଁ ଚାରି ମାସ ସମୟ ଦେଇଛନ୍ତି। ଏହି ସମୟସୀମା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି।
ଆଜି (ମଙ୍ଗଳବାର) ମଇ ୨୩ ତାରିଖରୁ ସମସ୍ତ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଶାଖାରେ ୨ହଜାର ଟଙ୍କା ବଦଳ ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଦିଲ୍ଲୀରେ ୨ହଜାର ଟଙ୍କା ଜମା କରିବା ସମୟରେ କିଛି ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଥିବା ଦେଖିବାକୁ ମିଳିଛି। ଲୋକମାନେ ଅଭିଯୋଗ କରି କହିଛନ୍ତି କି, ‘ସରକାର ୨ହଜାର ଟଙ୍କିଆ ନୋଟ ବଦଳ ଓ ଜମା କରିବା ସମୟରେ କୌଣସି ଦସ୍ତାବିଜର ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହା ସତ୍ତ୍ବେ ବି କିଛି ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ ଆକାଉଣ୍ଟରେ ଜମା କରିବା ବେଳେ ପରିଚୟ ପତ୍ର ମାଗୁଛନ୍ତି।’
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଲୋକମାନଙ୍କୁ ଆହ୍ବାନ ଦେଇ କହିଥିଲେ କି, ତରବର ହେବାର କୌଣସି କାରଣ ନାହିଁ। ଯେକୌଣସି ବ୍ୟାଙ୍କରେ ନୋଟ୍ ବଦଳ କରିହେବ। ତେଣୁ ବ୍ୟାଙ୍କରେ ଭିଡ଼ କରନ୍ତୁ ନାହିଁ।’
ଏହା ସତ୍ତ୍ବେ ବି ଲୋକଙ୍କ ମନରେ ଛନକା ରହିଛି କି ସେମାନଙ୍କ ପାଖରେ ଥିବା ୨ହଜାର ଟଙ୍କିଆ ନୋଟ ବଦଳ ହେବ କି ନାହିଁ। ତେଣୁ ଆଜି ପ୍ରଥମଦିନରେ ଲୋକେ ବ୍ୟାଙ୍କରେ ଲମ୍ବାଧାଡ଼ି ଲଗାଇଥିଲେ। ଏହି କାରଣରୁ ବୃଦ୍ଧ ଓ ବୃଦ୍ଧାଙ୍କୁ ଟାଣ ଖରାରେ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଛି। ଏମିତି କି ଭିଡ଼ରେ ଛିଡ଼ା ହୋଇଥିବା କିଛିଲୋକଙ୍କ ମଧ୍ୟରେ ଝଗଡ଼ା ବି ଲାଗିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୧୧-4.jpg)