ଭୁବନେଶ୍ୱର: ରାଜସ୍ଥାନର ଜୟପୁରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହୋଣ୍ଡାର ୨୦୧୮ ଗୋଲ୍ଡ ଓ୍ଵିଙ୍ଗ୍ ଟୁର୍ ବାଇକ୍ର ଡେଲିଭରି ଆରମ୍ଭ କରାଯାଇଛି। ଏଥିରେ ରହିଛି ୬-ସିଲିଣ୍ଡର ବିଶିଷ୍ଟ ଇିନ ଓ ୭ ସ୍ପିଡ୍ ଡୁଆଲ୍ କ୍ଲଚ୍ ଟ୍ରାନ୍ସମିସନ୍। ଏହା କ୍ୟାଣ୍ଡି ଆର୍ଡେଣ୍ଟ୍ ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ନୂଆଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୨୬.୮୫ ଲକ୍ଷ ଟଙ୍କା ରହିଛି। ଏହି ଅବସରରେ କଂପାନିର ବରିଷ୍ଠ ଉପଭାପତି ( ବିକ୍ରି ଓ ମାର୍କେଟିଂ) ଯଦବିନ୍ଦର ସିଂହ ଗୁଲେରିଆ ଉପସ୍ଥିତ ଥିଲେ।