୨୦୧୯ ହେବ ସୁଧାରର ବର୍ଷ: ସୁନୀଲ ମିତ୍ତଲ

ନୂଆଦିଲ୍ଲୀ,: ଚଳିତ ବର୍ଷଟି ଭାରତୀୟ ଟେଲିକମ୍ ଶିଳ୍ପ ପାଇଁ ସୁଧାରର ବର୍ଷ ହେବ ବୋଲି ଭାରତୀ ଗ୍ରୁପ୍‌ର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି। ନିକଟରେ ଡାଭୋସ୍‌ ଠାରେ ଶେଷ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ର ଏକ ଅଧିବେଶନରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଲେ, ୨୦୧୯ରେ ସୁଧାର ଏବଂ ୨୦୨୦ରେ ସବୁ କିଛି ଠିକ୍ ହୋଇଯିବ। ଏକ ବଡ଼ ସଂସ୍ଥା ଟେଲିକମ୍ ଶିଳ୍ପରେ ପ୍ରବେଶ କରିବା ବେଳେ ଅନେକ ମିଶ୍ରଣ ହୋଇଛି ଏବଂ ଏବେ ମାତ୍ର ତିନିଟି ବଡ଼ ସଂସ୍ଥା ରହିଛନ୍ତି। ସେମାନଙ୍କ ହାରାହାରି ରାଜସ୍ବ ପରିମାଣ ବଢ଼ାଇବା ଉ‌ପରେ ଗୁରୁତ୍ବ ଦେବାକୁ ହେବ ବୋଲି ମିତ୍ତଲ କହିଛନ୍ତି। ତେବେ ଇ-କମର୍ସ ଭଳି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆମର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର