ନୂଆଦିଲ୍ଲୀ: ଉତ୍ପାଦ କେଉଁ ଦେଶରୁ ଆସିଛି ତାହାର ସଠିକ୍ ସୂଚନା ଦେବାରେ ବିଫଳ ହୋଇଥିବା ଇ-କମର୍ସ କଂପାନିଗୁଡ଼ିକୁ କେନ୍ଦ୍ର ସରକାର ୨୦୨ଟି ନୋଟିସ୍ ପଠାଇଛନ୍ତି। ଗତ ଏକ ବର୍ଷ ଭିତରେ ଏହି ସବୁ ନୋଟିସ୍ ଜାରି କରାଯାଇଛି। କଂପାନିଗୁଡ଼ିକ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସେସ୍, ପୋଷାକ ଓ ଘରକରଣା ସାମଗ୍ରୀଗୁଡ଼ିକର ‘କଣ୍ଟ୍ରି ଅଫ୍ ଅରିଜିନ୍’ (ଯେଉଁ ଦେଶରେ ତିଆରି ହୋଇଛି)ର ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିଲେ। ଏହା ବ୍ୟତୀତ ଏକ୍ସପାୟାରି ତାରିଖ ଠିକ୍ ଭାବେ ପ୍ରଦର୍ଶିତ କରିନଥିବା, ନିର୍ମାତା ଓ ଆମାଦାନିକାରୀଙ୍କ ଭୁଲ ଠିକଣା ଦେବା, ଏମ୍ଆର୍ପି ଠାରୁ ଅଧିକ ଅସୁଲ କରିବା, ନିମ୍ନ ମାନର ଉତ୍ପାଦ ଏବଂ ଉତ୍ପାଦର ସଠିକ୍ ଓଜନ ଜଣାଇନଥିବାରୁ ମଧ୍ୟ କିଛି କଂପାନିଙ୍କୁ ୧୫ଟି ନୋଟିସ୍ ଜାରି କରାଯାଇଛି। କେଉଁ ସବୁ କଂପାନିଙ୍କୁ ଏହି ନୋଟିସ୍ଗୁଡ଼ିକ ଜାରି କରାଯାଇଛି ତାହାର ସୂଚନା ସରକାର ଦେଇନାହାନ୍ତି। ୭୬ଟି କଂପାନି ନିଜ ଭୁଲ ସ୍ବୀକାର କରିଛନ୍ତି। ସେମାନଙ୍କ ଠାରୁ ୪୨ ଲକ୍ଷ ୮୫ ହଜାର ୪୦୦ ଟଙ୍କାର ଜରିମାନା ସଂଗ୍ରହ କରାଯାଇଛି।
ନିୟମ ଉଲ୍ଲଂଘନକାରୀ ଇ-କମର୍ସ କଂପାନିଙ୍କୁ ୨୦୨ ନୋଟିସ୍
/sambad/media/post_attachments/wp-content/uploads/2021/10/ecommerce.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)