୨୦୨୦ ମସିହାରେ ଦେଶରେ ପ୍ରାୟ ୬୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଦେଶରେ ପ୍ରାୟ ୬୭ ଦିନ ବ୍ୟାଙ୍କ ବନ୍ଦ ରହିବ। ବିଭିନ୍ନ ପର୍ବ ପର୍ବାଣୀ ଜନିତ ଛୁଟି ସମେତ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ବ୍ୟାଙ୍କ କର୍ମଚାରୀମାନେ ଦୁଇମାସରୁ ଅଧିକ ଛୁଟି ପାଇବେ ବୋଲି ଜଣାଯାଇଛି। କର୍ମଚାରୀମାନେ ଅଗଷ୍ଟ ମାସରେ ସର୍ବାଧିକ ୧୦ ଦିନ ଛୁଟି ପାଉଥିବାବେଳେ ଫେବ୍ରୁଆରି, ଏପ୍ରିଲ ଏବଂ ଅକ୍ଟୋବର ମାସରେ ୭ ଦିନ ଲେଖାଏଁ, ମାର୍ଚ୍ଚ, ମେ’, ନଭେମ୍ବର ଏବଂ ଡିସେମ୍ବରରେ ୫ ଦିନ ଲେଖାଏଁ, ଜୁନ, ଜୁଲାଇ ଏବଂ ସେପ୍ଟେମ୍ବରରେ ୪ ଦିନ ଲେଖାଏଁ ଛୁଟି ପାଇବେ ବୋଲି ଜଣାଯାଇଛି।

ଜାନୁଆରି ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଜାତୀୟ ସ୍ତରରେ ପ୍ରାୟ ୧୭ଟି ଛୁଟି ପାଉଛନ୍ତି। ଏଥିସହିତ ଦ୍ବିତୀୟ ଓ ଚତୁର୍ଥ ଶନିବାର ସମେତ ରବିବାରକୁ ମିଶାଇଦେଲେ ଛୁଟି ସଂଖ୍ୟା ୬୭ରେ ପହଞ୍ଚୁଛି। ତେବେ କେତେକ ଛୁଟି ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ପଡ଼ୁଥିବାରୁ କର୍ମଚାରୀମାନଙ୍କ ସ୍ବାଭାବିକ ଛୁଟି ମଧ୍ୟ ପ୍ରଭାବିତ ହେବ। ସାଧାରଣତନ୍ତ୍ର ଦିବସଠାରୁ ଆରମ୍ଭ କରି ବଡ଼ଦିନ ମଧ୍ୟରେ ବ୍ୟାଙ୍କର ଆସନ୍ତାବର୍ଷ ବିଭିନ୍ନ ପର୍ବପର୍ବାଣୀରେ ମୋଟ ୧୭ଟି ଛୁଟି ରହିଛି। ତେବେ ରାଜ୍ୟ ଭିତ୍ତିରେ ଏହି ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିପାରେ। ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁସାରେ ରାଜ୍ୟ ସରକାର ବ୍ୟାଙ୍କ ଗୁଡ଼ିକର ଛୁଟି ଘୋଷଣା କରୁଥିବାରୁ ଏଥିରେ ଭିନ୍ନତା ରହିଥାଏ।

ସମ୍ବନ୍ଧିତ ଖବର