୨୦୨୫ ମସିହାର ସୁନା ବଜାରକୁ ଆପଣ କିପରି ଦେଖୁଛନ୍ତି?
ଅଳ୍ପ କିଛି ସମୟ ମଧ୍ୟରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଟଙ୍କା ଅତିକ୍ରମ କରିଯିବ। ଆମଦାନୀ ଶୁଳ୍କ ୯ ପ୍ରତିଶତ କମିଲେ ମଧ୍ୟ ସୁନାର ଦର କ୍ରମଶଃ ବଢ଼ି ଚାଲିଛି । ଏହା ପଛରେ ଅର୍ଥନୈତିକ ଅସ୍ଥିରତା, ଚିନ୍ତାଜନକ ଭୂରାଜନୈତିକ ପରିସ୍ଥିତି ଓ ଆମେରିକା ଫେଡ଼େରାଲ ରିଜର୍ଭର ସୁଧହାର ହ୍ରାସ ଭଳି ବିଭିନ୍ନ କାରଣ ରହିଛି। ମାର୍କେଟ୍ର ଏହି ପରିସ୍ଥିତି ବିଷୟରେ ଗ୍ରାହକ ମାନେ ଖୁବ୍ ଭଲ ଭାବେ ଜାଣନ୍ତି। ସୁନାରେ ନିବେଶ ସବୁଠାରୁ ଉତ୍ତମ ବିକଳ୍ପ ହୋଇଥିବାରୁ ଗ୍ରାହକମାନେ ଆଗାମୀ ମାସ ଗୁଡ଼ିକରେ ଅଧିକରୁ ଅଧିକ ସୁନା ଅଳଙ୍କାର କିଣିବେ। ସାଧାରଣତଃ ଚାହିଦା ବଢ଼ିବା ସହିତ ସୁନାର ମୂଲ୍ୟ ବଢ଼ିଥାଏ। ଏଣୁ ୨୦୨୫ ମସିହା ମଧ୍ୟ ସମୃଦ୍ଧି ସମ୍ପନ୍ନ ହେବ ବୋଲି ଆମେ ଆଶା କରୁଛୁ।
ନୂତନ ଯୁବ ଉଦ୍ୟୋଗୀମାନଙ୍କୁ ଆପଣ ସଫଳତାର ମନ୍ତ୍ର ଭାବେ କ’ଣ ପରାମର୍ଶ ଦେବେ?
ପ୍ରତିଟି ଉଦ୍ୟୋଗୀଙ୍କର ଏକ ଭିନ୍ନ ବ୍ୟବସାୟ ଜୀବନଯାତ୍ରା ରହିଛି। ସମସ୍ତେ ନିଜ ଯାତ୍ରାରୁ ଅନେକ କିଛି ଶିଖିଥାନ୍ତି। ସଫଳତାର ରାସ୍ତା ସମସ୍ତଙ୍କ ପାଇଁ ଭିନ୍ନ। ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ମାର୍ଗ ବା ପନ୍ଥା ନାହିଁ । ହଁ, କିନ୍ତୁ ମୁଁ ଏହା କହି ପାରିବି ଯେ ଉଦ୍ୟୋଗ ହେଉଛି ନିଜ ଦୃଷ୍ଟିକୋଣକୁ ବାସ୍ତବିକତାର ରୂପ ଦେବା ପାଇଁ ଏକ ଦୃଢ଼ ଓ ନିରନ୍ତର ଚିନ୍ତାଧାରା। ରାସ୍ତାରେ ଯେତେ ବାଧା ବିଘ୍ନ ଆସୁ ପଛେ ସ୍ୱପ୍ନ ପଛରେ ନିଜ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ ଜରୁରୀ । ଆଶା ଅନୁଯାୟୀ ପରିଣାମ ପାଇବାକୁ ହେଲେ ସେହି ହିସାବରେ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ମଧ୍ୟ ଆଣିବାକୁ ହେବ । ଜଣେ ସଫଳ ଉଦ୍ୟୋଗୀ ହେବାକୁ ହେଲେ ପ୍ରଗତିମୂଳକ ଚିନ୍ତାଧାରା ସହିତ ସକାରାତ୍ମକ ମନୋଭାବ ରଖିବାକୁ ପଡ଼ିବ। ଆପଣ ଗ୍ରାହକଙ୍କୁ ନିଜ ବ୍ୟବସାୟ ଉନ୍ନତିର ମାଧ୍ୟମ ନ ଭାବି, ନିଜ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରନ୍ତୁ । ଯଦି ଆପଣ ଗ୍ରାହକମାନଙ୍କୁ ସବୁଠାରୁ ଉନ୍ନତ ସୁବିଧା, ସୁଯୋଗ ଏବଂ ସନ୍ତୋଷଜନକ ସେବା ପ୍ରଦାନ କରୁଛନ୍ତି ତେବେ ଆପଣଙ୍କୁ ଗ୍ରାହକଙ୍କ ପଛରେ ଦୌଡ଼ିବାକୁ ପଡ଼ିବ ନାହିଁ। ସେମାନେ ଖୁସିରେ ଆପଣଙ୍କ ପାଖକୁ ଆସିବେ।
ବଜାରରେ ବ୍ରାଣ୍ଡ୍ଗୁଡ଼ିକୁ ପ୍ରଗତିଶୀଳ କରିବା ପାଇଁ ମାନ୍ୟତା ଓ ପ୍ରତିଷ୍ଠାର ଗୁରୁତ୍ୱ କେତେ ଅଧିକ?
ବ୍ୟବସାୟ ଛୋଟ ହେଉ ଅବା ବଡ଼, ଆପଣ ଯଦି ନିଜ ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର, ଉନ୍ନତ ମାନର ସେବା ଓ ଶୁଦ୍ଧତା ସମ୍ପନ୍ନ ଉତ୍ପାଦ ପ୍ରଦାନ କରୁଛନ୍ତି, ତେବେ ଆପଣଙ୍କୁ ନିଜ ବ୍ରାଣ୍ଡ୍ର ପ୍ରତିଷ୍ଠା ବୃଦ୍ଧି ପାଇଁ ଆଉ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣଙ୍କ କର୍ମ ହିଁ ଆପଣଙ୍କ ସ୍ୱର ହେବ। ଆପଣଙ୍କ ଗ୍ରାହକ ମାନେ ହିଁ ଆପଣଙ୍କର ସବୁଠାରୁ ବଡ଼ ପ୍ରଚାରକ ଓ ସମର୍ଥକ ହେବେ।
ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡ ୨୦୨୫କୁ ନେଇ ଆପଣଙ୍କ ମତ କ’ଣ?
ଯେମିତିକି ମୁଁ ପୁର୍ବରୁ କହି ଆସିଛି, ଉତ୍କୃଷ୍ଟ ପ୍ରତିପାଦନ ପାଇଁ ଶବ୍ଦର ଆବଶ୍ୟକତା ନାହିଁ। ଏଣୁ ମୁଁ ଏହି ସମାରୋହକୁ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ଆସୁଥିବା ଲୋକପ୍ରିୟ ଓ ଅଗ୍ରଣୀ ସମ୍ବାଦ ଗ୍ରୁପ ଏବଂ ସମ୍ବାଦ ଖବରକାଗଜର ଏକ ସୁନ୍ଦର ପ୍ରୟାସ କହିବି। ସମ୍ବାଦକୁ ନିଜ ପାଠକ ଓ ଗ୍ରାହକ ମାନଙ୍କ ପାଇଁ ବିଶ୍ୱାସର ଏକ ପ୍ରତିବିମ୍ବ କହିଲେ କିଛି ଭୁଲ୍ ହେବ ନାହିଁ। ତେଣୁ ଏପରି ପ୍ରତିଷ୍ଠା ସମ୍ପନ୍ନ ଅନୁଷ୍ଠାନରୁ ନିଜ ସେବା ଓ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବା ଅତ୍ୟନ୍ତ ଗୌରବର ବିଷୟ। ଏହା ଆମକୁ ଦୃଢ଼ ଆତ୍ମବିଶ୍ୱାସ ସହିତ ଅଧିକରୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରଣା ଯୋଗାଇବ।
୨୦୨୫ ସମୃଦ୍ଧିସମ୍ପନ୍ନ ବର୍ଷ ହେବ
ଅଳ୍ପ କିଛି ସମୟ ମଧ୍ୟରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଟଙ୍କା ଅତିକ୍ରମ କରିଯିବ। ଆମଦାନୀ ଶୁଳ୍କ ୯ ପ୍ରତିଶତ କମିଲେ ମଧ୍ୟ ସୁନାର ଦର କ୍ରମଶଃ ବଢ଼ି ଚାଲିଛି । ଏହା ପଛରେ ଅର୍ଥନୈତିକ ଅସ୍ଥିରତା...
/sambad/media/media_files/2025/01/25/Nfv4VkDjxEHln5STlouv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)