୨୦୩୦‌ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ: ବିଶ୍ବର ଅର୍ଥନୈତିକ ମହାଶକ୍ତି ଭାବେ ୨୦୩୦ ସୁଦ୍ଧା ଜାପାନକୁ ହଟାଇ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବ। ଏହି ସମୟ ସୀମା ଭିତରେ ଆମେରିକାକୁ ଦ୍ବିତୀୟ ସ୍ଥାନକୁ ‌ଠେଲି ଚୀନ୍‌ ଏକ ନମ୍ବର ସ୍ଥାନ ଦଖଲ କରିବ। ଏଭଳି ଆକଳନ କରିଛି ଏଚ୍‌ଏସ୍‌ବିସି ହୋଲ୍‌ଡିଂ। ଭାରତ ଏହାର ଦ୍ରୁତ ଅଥର୍ନୈତିକ ଅଭିବୃଦ୍ଧି ଓ ବିଶାଳ ଶ୍ରମ ଶକ୍ତି ବଳରେ ଜର୍ମାନି ଓ ଜାପାନକୁ ଟପିଯିବ। ୨୬ ଟ୍ରିଲିଅନ୍ ଡଲାର ସହିତ ଚୀନ୍ ଏକ ନମ୍ବର, ୨୫.୨ ଟ୍ରିଲିଅନ୍ ଡଲାର ସହ ଆମେରିକା ଦୁଇ ନମ୍ବର ଓ ୫.୯ ଟ୍ରିଲିଅନ୍ ଡଲାର ଅର୍ଥନୀତି ସହିତ ଭାରତ ତିନି ନମ୍ବର ସ୍ଥାନରେ ରହିବ ବୋଲି ଏଚ୍ଏସ୍‌ବିସି ହୋଲ୍‌ଡିଂ ଏହାର ରିପୋର୍ଟରେ ଆକଳନ କରିଛି। ଅନ୍ୟ ଏକ ରିପୋର୍ଟରେ, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଆକଳନ କରିଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୩% ହେବ। ୨୦୧୯-୨୦ରେ ସେହି ଅଭିବୃଦ୍ଧି ୭.% ସ୍ତରକୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର