ବେଙ୍ଗାଲୁରୁ: ଗେମ୍ସକ୍ରାଫ୍ଟ ଟେକ୍ନୋଲୋଜି ନାମକ ଏକ ଗେମିଂ ସଂସ୍ଥାକୁ ପଠାଯାଇଥିବା ନୋଟିସ୍କୁ ଦେଶର ପରୋକ୍ଷ ଟିକସ ଇତିହାସରେ ସର୍ବବୃହତ ଭାବେ ବିଚାର କରାଯାଉଛି। ଏହି ସଂସ୍ଥା ବିରୋଧରେ ଜିଏସ୍ଟି ଠକେଇ ଅଭିଯୋଗ ଥିଲା। ୨୦୧୭ରୁ ୨୦୨୨ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ପାଇଁ କଂପାନିକୁ ୨୧ ହଜାର କୋଟି ଟଙ୍କାର ଜିଏସ୍ଟି ନୋଟିସ୍ ପଠାଯାଇଛି। ଜିଏସ୍ଟି ଗୁଇନ୍ଦା ମହାନିର୍ଦେଶାଳୟ (ଡିଜିଜିଆଇ) ସେହି ନୋଟିସ୍ ପଠାଇଛି। ରମି କଲ୍ଚର, ରମି ଟାଇମ୍ ଓ ଗେମ୍ ଇଜି ଭଳି ଗେମ୍ ଜରିଆରେ ଏହି କଂପାନି ଅନ୍ଲାଇନ ଜୁଆ ଖେଳର ପ୍ରସାର କରୁଛି। ସେହି ଆଧାରରେ କଂପାନିର ୭୭ ହଜାର କୋଟି ଟଙ୍କା ଆୟ ଉପରେ ୨୮% ହାରରେ ଜିଏସ୍ଟି ଲାଗୁ କରାଯାଇଛି। ଡିଜିଜିଆଇ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଗେମ୍ସକ୍ରାପ୍ଟ ଗ୍ରାହକମାନଙ୍କ ପାଇଁ କୌଣସି ଇନ୍ଭଏସ୍ ଜାରି କରୁନଥିଲା। ନକଲି ଓ ପିଛିଲା ତାରିଖର ଇନ୍ଭଏସ୍ ପଇଠ କରୁଥିଲା। ଫୋରେନ୍ସିକ୍ ତଦନ୍ତରୁ ତାହା ଜଣାପଡ଼ିଛି।
ଗେମିଂ ସଂସ୍ଥାକୁ ୨୧,୦୦୦ କୋଟିର ଜିଏସ୍ଟି ନୋଟିସ୍
/sambad/media/post_attachments/wp-content/uploads/2021/10/gst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)