ଏଲଆଇସିରେ ପଡ଼ିରହିଛି ୨୧,୫୩୯ କୋଟି ଟଙ୍କା, ଯାହାର କେହି ଦାବିଦାର ନାହାନ୍ତି

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଏଲଆଇସିରେ ରହିଛି ପ୍ରାୟ ୨୧ ହଜାର ୫୩୯ କୋଟି ଟଙ୍କା ପରିମାଣର ଏକ ପାଣ୍ଠି ଯାହାର କି କେହି ଦାବିଦାର ନାହାନ୍ତି । ସେବି ନିକଟରେ ଏଲଆଇସି ପକ୍ଷରୁ ଦାଖଲ କରାଯାଇଥିବା ଚିଠା ଆଇପିଓ କାଗଜପତ୍ରରେ ଏହି ତଥ୍ୟ ଦିଆଯାଇଛି ।

ଏଲଆଇସିର ତଥ୍ୟ ଅନୁସାରେ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଏଲଆଇସିରେ କୌଣସି ଦାବିଦାର ନଥିବା ପାଣ୍ଠି ପରିମାଣ ଥିଲା ୨୧ ହଜାର ୫୩୯ କୋଟି ଟଙ୍କା । ଏଥିରେ ସୁଧ ବାବଦ ଅର୍ଥ ଅନ୍ତର୍ଭୁକ୍ତ । ମାର୍ଚ୍ଚ ୨୦୨୧ ସୁଦ୍ଧା ଏହା ଥିଲା ୧୮୪୯୫ କୋଟି ଟଙ୍କା ଓ ମାର୍ଚ୍ଚ ୨୦୨୦ ସୁଦ୍ଧା ଏହା ଥିଲା ୧୬୦୫୨.୬୫ କୋଟି ଟଙ୍କା ।

କୌଣସି ଏଲଆଇସିଧାରୀଙ୍କ ମୃତ୍ୟୁ ହେଲେ ତାଙ୍କର ବୀମାରାଶି ସେ ରଖିଥିବା ନୋମିନିଙ୍କୁ ଦିଆଯାଏ । କିନ୍ତୁ ବୀମାଧାରୀଙ୍କ ମୃତ୍ୟୁପରେ ନୋମିନି ବୀମାରାଶି ପାଇଁ ଆବେଦନ ନକଲେ ଉକ୍ତ ରାଶି ବୀମା କମ୍ପାନି ନିକଟରେ ଗଚ୍ଛିତ ହୋଇ ରହିଥାଏ । ଆଇଆରଡିଏର ନିୟମ ଅନୁସାରେ ଗୋଟିଏ ବୀମା କମ୍ପାନି ନିକଟରେ ଥିବା ଏପରି ପାଣ୍ଠିର ବିବରଣୀ ନିଜ ଓ୍ବେବସାଇଟରେ ଦର୍ଶାଇବେ । ଏହି ରାଶିର ଦାବିଦାରମାନେ କିପରି ଏହି ରାଶି ପାଇପାରିବେ ତାହାର ପଦ୍ଧତି ବି ଓ୍ବେବସାଇଟରେ ଦର୍ଶାଇବେ । ଯଦି ୧୦ ବର୍ଷ ପର୍ଯ୍ୟନ୍ତ ଉକ୍ତ ରାଶିର କୌଣସି ଦାବିଦାର ଆସିଲେ ନାହିଁ ଏହି ରାଶିକୁ ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠିକୁ ପ୍ରେରଣ କରାଯିବ ।

ସମ୍ବନ୍ଧିତ ଖବର