ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଓ କମ୍ପ୍ୟୁଟରର ବହୁଳମାତ୍ରାରେ ବ୍ୟବହାର କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଂପାନି ଏହାକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରୁଛନ୍ତି । ସମ୍ପ୍ରତି ଏକ ଖବର ପ୍ରକାଶ ପାଇଛି କି, ୨୦୧୮ଫେବୃୟାରି ସୁଦ୍ଧା ସବୁ ଫୋନରେ ୨୨ଟି ଆଞ୍ଚଳିକ ଭାଷା ଉପଲବ୍ଧ ରହିବ।
ହାଣ୍ଡସେଟ୍ ର୍ନିମାତାମାନେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ସହିତ ଆଲୋଚନା କରି ଫୋନରେ ଆଞ୍ଚଳିକ ଭାଷାଗୁଡିକୁ ଯୋଡ଼ିବା ପାଇଁ ୪ ମାସର ସମୟ ଦିଆଯାଇଛି। ସେମାନେ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି କି ଭାରତୀୟ ଷ୍ଟାଣ୍ଡାର୍ଡ ବ୍ୟୁରୋ(ବିଆଇଏସ)ର ଟେଷ୍ଟିଂ ଫାସିଲିଟିଜକୁ ଦୃଢ଼ କରନ୍ତୁ ।
ସୂଚନାଯୋଗ୍ୟ, ଗତ ବର୍ଷ ସରକାର ଓ ଟେଲିକମ୍ ଇଣ୍ଡଷ୍ଟ୍ରି ସବୁ ଫୋନରେ ସ୍ଥାନୀୟ ଭାଷାଗୁଡ଼ିକୁ ମଧ୍ୟ ଫୋନରେ ଯୋଡିବାକୁ ଯୋଜନା କରିଥିଲେ। ଏଥିପାଇଁ ପ୍ରତି ରାଜ୍ୟ ଓ ଭାଷା ପାଇଁ ନିୟମ ମଧ୍ୟ ନିର୍ଦ୍ଧାରିତ କରିବାକୁ ପଡ଼ିିବ ବୋଲି ଗତ ବର୍ଷ ବିଆଇଏସ୍ ସୂଚନା ଦେଇଥିଲା।