୨ ମାସରେ ୨୨ ଖଣି ନିଲାମ ହେବ

ନୂଆଦିଲ୍ଲୀ: ସରକାର ଆସନ୍ତା ଦୁଇମାସରେ ଦେଶରେ ୨୨ଟି ଖଣିର ନିଲାମ ଯୋଜନା ରଖିଛନ୍ତି। ସେହି ଖଣିଗୁଡ଼ିକ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଏବଂ ଗୋଆରେ ରହିଛି। ଏଥିରେ ୬ଟି ଲୁହାପଥର,୩ଟି ଲେଖାଏଁ ଚୂନପଥର ଓ ସୁନା ଖଣି, ୨ଟି ବକ୍ସାଇଟ ଏବଂ ଗୋଟିଏ‌ ଲେଖାଏଁ କପର, ଫସଫରାଇଟ ଏବଂ ଗ୍ଲାଉକୋନାଇଟ୍‌ ଖଣି ରହିଛି। ମହାରାଷ୍ଟ୍ରରେ ଥିବା ଖଣିର ନିଲାମ ନଭେମ୍ବରରେ ଏବଂ ଉତ୍ତର ପ୍ରଦେଶ ଓ ଗୋଆରେ ଥିବା ଖଣିଗୁଡ଼ିକର ନିଲାମ ଡିସେମ୍ବରରେ ହେବ। ଦେଶରେ ଖଣି ନିଲାମ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮୦ରୁ ଅଧିକ ଖଣି ବିକ୍ରି ହୋଇ ସାରିଲାଣି। ୨୦୧୫-୧୬ରେ ସରକାର ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଦେଶରେ ୫୦୦ ଖଣିର ନିଲାମ ଯୋଜନା ସରକାର ରଖିଛନ୍ତି। ବର୍ତ୍ତମାନ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଖଣି କ୍ଷେତ୍ରର ଯୋଗଦାନ ୨.୫ ପ୍ରତିଶତ ଥିବାବେଳେ ଏହାକୁ ୫ ପ୍ରତିଶତକୁ ବୃଦ୍ଧି ପାଇଁ ଯୋଜନା ରଖାଯାଇଛି।

ସମ୍ବନ୍ଧିତ ଖବର